ଖୋର୍ଦ୍ଧା : ଆଜି ବିଜେପି ମହିଳାମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ କୁଷପୁତଳିକା ଦାହ କରାଯାଇଛି । ବିଜେପି ମହିଳାମୋର୍ଚ୍ଚା ର ଜିଲ୍ଲା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓଙ୍କ ନେତୃତ୍ୱରେ ରୋଜିନାରାଣୀ ଦାସ, ସୁମିତ୍ରା ପ୍ରଧାନ, ରଶ୍ମିତା ସାମନ୍ତରାୟଙ୍କ ସମେତ ମୋର୍ଚ୍ଚାର ନେତ୍ରୀମାନେ ଉପସ୍ଥିତ ରହି ଜଣେ ଲୋକପ୍ରତିନିଧି ହୋଇ ମଧ୍ୟ ପତ୍ନି ବର୍ଷାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ଶାରିରୀକ ଓ ମାନସିକ ଅତ୍ୟାଚାର କରିବା କାର୍ଯ୍ୟକୁ ବିଜେପି ଆଦୌଂ ସହ୍ୟ କରିବ ନାହିଁ ବୋଲି କହିଥିଲେ । ଏଥିସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ ସହ ବର୍ଷାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲଢେଇ ଜାରୀ ରଖିବ ବୋଲି କହିଛନ୍ତି ।

ତେବେ କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ, ମାତ୍ର ଯେତେବେଳେ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଭଳି ଘଟଣା ଘଟାଏ ତାହା ସାଧାରଣରେ ଗ୍ରହଣୀୟ ହୋଇନଥାଏ । ସେତେବେଳେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ମହିଳାମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରିବା ଏକ ପ୍ରାଥମିକ ଦାୟିତ୍ୱ ବୋଲି ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଭଞ୍ଜଦେଓ ପ୍ରକାଶ କରିଛନ୍ତି । ମହିଳାଙ୍କ ପ୍ରତି ଏପରି ହୀନ ବ୍ୟବହାର ଓ ଅତ୍ୟାଚାରର କରୁଥିବା ବ୍ୟକ୍ତି କେବେହେଲେ ସାଂସଦଭଳି ଗୁରୁତ୍ୱ ପୁର୍ଣ୍ଣ ପଦବୀରେ ରହିବା ଅନୁଚିତ । ତେବେ ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦଙ୍କ ଏଭଳି କାର୍ଯ୍ୟକୁ ସମ୍ପୁର୍ଣ୍ଣ ରୂପେ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here