ଖୋର୍ଦ୍ଧା : ଆମ ରାଜ୍ୟ ଏକ କୃଷି ପ୍ରଧାନ୍ୟ ରାଜ୍ୟ । ତେଣୁ ଓଡ଼ିଆରେ ଏକ କଥା ରହିଛି ଚାଷ ତରତର ବାଣିଜ୍ୟ ମଠ । ତେଣୁ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ।କିନ୍ତୁ ପ୍ରକୃତିର ତାଣ୍ଡବ ବାତ୍ୟା, ବନ୍ୟା ହେଉ ଅଦିନିଆ ବର୍ଷା, ମରୁଡ଼ି ଚାଷୀ ପିଛା ଛାଡ଼ୁନି ।ସେହିପରି ରୋଗପୋକ ଏବଂ ଜଙ୍ଗଲ ଯନ୍ତୁ ଉପଦ୍ରବରେ ଚାଷୀ ବିପୁଳ ମାତ୍ରାରେ କ୍ଷତି ସହୁଛି ।ସେହିପରି ଅନେକ କୃଷକ ନିକଟରେ ସରକାରୀ ଯୋଜନା ସଠିକ ଭାବେ ପହଁଚୁନଥିବା ବେଳେ ଚାଷଜମିକୁ ଜଳସେଚନ କରିବାରେ ସରକାର ଏକ ରକମ ବିଫଳ ହେଉଥିବା ଜଣାଯାଇଛି ।
ଜିଲ୍ଲାର କୃଷି ଉପ-ନିଦେ୍ର୍ଦଶକ ବିଭାଗ କାର୍ଯ୍ୟାଳୟ ସୂଚନା ଅନୁସାରେ ଦୟା, ମହାଗୁଣୀ, ରଣା ଭଳ ନଦୀ ଦ୍ୱାରା ୨୧୦୯୦ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ରହିଛି ।କେନାଲ ଦ୍ୱାରା ୬୮୧୫ ହେକ୍ଟର ଜମି ଜଳସେଚନ ହେଉଥିବା ବେଳେ ସରକାର ଉଠାଜଳସେଚନ ପ୍ରକଳ୍ପରେ ୬୬୦୦ ହେକ୍ଟର, ଘରୋଇ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୩୩୧୭ ହେକ୍ଟର ଚାଷଜମିକୁ ଜଳମାଡ଼ୁଛି ।ସେହିପରି ନଳକୂପ ଜରିଆରେ ୭୨୩ ହେକ୍ଟର ଏବଂ ଅନ୍ୟାନ୍ୟ ଜଳଉସôରୁ ୧୫୯ ହେକ୍ଟର ଚାଷଜମି ଉପରେ ନିର୍ଭର କରୁଥିବା କୃଷକ ଉପକୃତ ହେଉଛନ୍ତି । ଜିଲ୍ଲାବ୍ୟାପି ମୋଟ ୫୬୭୨୧ ହେକ୍ଟର ଚାଷକୁ ଜଳସେଚନ କରିବାରେ ସରକାର ସକ୍ଷମ ହୋଇଥିବାବେଳେ ୬୩୪୨୯ ହେକ୍ଟର ଅଣଜଳସେଚିତ ଜମିରେ ଚାଷ କରୁଥିବା କୃଷକମାନେ ଖୋଲା ଆକାଶ ବର୍ଷା ଉପରେ ନିର୍ଭର କରୁଛନ୍ତି ।କିନ୍ତୁ ଚଳିତ ବର୍ଷ ତଳି ରୋଇବା ଏବଂ ବିହନ ବୁଣିବାରେ ମହାମାରୀ କରୋନା ପ୍ରତିବନ୍ଧକ ସାଜିଥିବା ବେଳେ ମୈାସୁମୀ ବର୍ଷା ଉପରେ ନିର୍ଭର କରୁଥିବା କୃଷକଙ୍କ ମୁହଁର ହସ ଉଡ଼ିଯାଇଛି ।ଆଗାମୀ ଗୋଟିଏ ସପ୍ତାହକରେ ମୈାସୁମୀ ବର୍ଷା ନ ହେଲେ କ୍ଷତରେ ବୁଣିଥିବା ତଳି ନଷ୍ଟ ହେବା ସମେତ ବିହନ ଗଜାମରୁଡ଼ି ହେବା କୃଷକ ମନରେ ଛନକା ପସିଛି ।ତେଣୁ ଚଳିତ ବର୍ଷ କୃଷି ବିଭାଗ ୧୨୦୫୦ ହେକ୍ଟର ଚାଷଜମିରେ ଖରିଫ ଚାଷ କରିବାକୁ ଲକ୍ଷ୍ୟରଖିଥିବା ସ୍ଥଳେ ଧାନଚାଷ ପାଇଁ ଯୋଜନା କରାଯାଇଥିବା ୧୦୬୦୫୦ ହେକ୍ଟର ଜମିର କୃଷକ ଚିନ୍ତାରେ ପଡ଼ିଛି । ସବୁଠାରୁ ବେଶୀ ଚିନ୍ତାରେ ସ୍ୱଳ୍ପବୃଷ୍ଟିପାତ ହୋଇଥିବା ବେଳେ ବାଲିପାଟଣା ଏବଂ ବେଗୁନିଆ ବ୍ଳକରେ କୃଷକ ଥିବା ଜଣାଯାଇଛି । କାରଣ ଜିଲ୍ଲାବ୍ୟାପି ଚାଷୀ ଅନେକ ପ୍ରାକୃତିକ ଦୁର୍ବିପାକ ସମ୍ମୁଖୀନ କରିଛନ୍ତି ।
ଗତବର୍ଷ ଫାନୀ ଏବଂ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ କୃଷକ ମେରୁଦଣ୍ଡ ଭାଙ୍ଗିଯାଇଥିବ ବେଳେ ଗତବର୍ଷ ଅକୋ୍ଟବର ମାସ ଅଦିନିଆ ବର୍ଷାରେ ଶତକଡ଼ା ୩୩ ପ୍ରତିଶତରୁ ଅଧିକ ୬୧୦ ଚାଷଜମିର ଫସଲ ନଷ୍ଟ ହୋଇଥିବା ସରକାରୀ ତଥ୍ୟ କହୁଛି ।ସେହିପରି ବାତ୍ୟା ଫାନୀରେ ୭୮୧୭ ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀ ଅଂଟାସଳଖିବାକୁ ଚେଷ୍ଟା କରିବା ସମୟରେ ବଣୁଆ ଯନ୍ତ୍ୁ ଉପଦ୍ରବରେ ଚାଷୀ ମେରୁଦଣ୍ଡ ଭାଙ୍ଗିଦେଇଥିବା ଜଣାଯାଇଛି । ବଣୁଆ ଯନ୍ତୁ ହାତୀ, ବାର୍ରାହା ଉପଦ୍ରବରେ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ବେଳେ ବାତ୍ୟା ଅମ୍ଫନ ଯୋଗଁ ପାଖାପାଖି ୬ହେକ୍ଟର ଅମଳ ନଷ୍ଟ ହୋଇଥିଲା ।ଗୋଟିଏ ପାଶ୍ୱର୍ରେ କରୋନା ଏବଂ ଅନ୍ୟ ପାଶ୍ୱର୍ରେ ମୈାସୁମୀ ବର୍ଷା ଲୁଚକାଳି ପ୍ରଭାବରେ କୃଷକ ମୁହଁରୁ ହସ ଉଡିଯାଇଥିବାବେଳେ ଜିଲ୍ଲା କୃଷି ଉପ-ନିଦେ୍ର୍ଦଶକ ଭାସ୍କର ବାରିକ୍ ବର୍ତମାନ ଗଜାମରୁଡ଼ି ହେବା ପରିସ୍ଥିତି ଆସିନଥିବା ପ୍ରକାଶ କରିଛନ୍ତି । ତେଣୁ କୃଷକ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି ।