ଖୋର୍ଦ୍ଧା : କୋଭିଡ-୧୯ ଗାଇଡଲାଇନକୁ ଖୋଲା ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୭ଟି ବ୍ୟବସାୟ ପ୍ରତିଷ୍ଠାନ କୁ ସିଲ କରିଦିଆଯାଇଛି । ସୂଚନା ଅନୁସାରେ, ଖୋର୍ଦ୍ଧା ସହରରେ ଦିନ କୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବେଳ କୁ ବେଳ ବୃଦ୍ଧି ପାଉଥିବାବେଳେ ଏହାକୁ ଆଖି ଆଗରେ ରଖି ଜିଲା ପ୍ରଶାସନ ତଥା ଖୋର୍ଦ୍ଧା ପୈାର ପରିଷଦ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।
ଗୁରୁବାର ଦିନ ସହରରେ ଥିବା ୭ଟି ବ୍ୟବସାୟ ପ୍ରତିଷ୍ଠାନ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରିଥିବା ଅଭିଯୋଗରେ ଅନିର୍ଦ୍ଧିର୍ଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ଦୋକାନ ଗୁଡିକୁ ସିଲ କରିଦିଆଯାଇଛି ।
ଏହି ବ୍ୟବସାୟ ପ୍ରତିଷ୍ଠାନ କର୍ମଚାରୀ ମାସ୍କ ପିନ୍ଧିନଥିବା, ଗ୍ରାହକମାନେ ଜିନିଷ କ୍ରୟ କରିବା ବେଳେ ସାମାଜିକ ଦୂରତା ରଖିନଥିବା ଓ କେତେକ ଗ୍ରାହକ ଦୋକାନରେ ବିନା ମାସ୍କରେ ସାମଗ୍ରୀ କିଣୁଥିବା ଅଭିଯୋଗରେ ଏହି ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ସିଲ କରାଯାଇଛି ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଦାସ ଶତପଥୀ ପ୍ରକାଶ କରିଛନ୍ତି ।