Odisha news

ଗ୍ୟାଙ୍ଗଷ୍ଟର ଦୁବେଗରିଫ

0

ନୂଆଦିଲ୍ଲୀ, ୯।୭ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ୫ ଦିନର ଛକାପrା ପରେ ପୋଲିସ ହାତରେ ବିକାଶ ଧରାପଡିଛି । ଉତ୍ତରପ୍ରଦେଶର ଏହି ଗ୍ୟାଙ୍ଗଷ୍ଟର ମଧ୍ୟପ୍ରଦେଶର ଉଜ୍ଜ୍ୱୟିନୀ ଠାରେ ଥିବା ମହାକାଳ ମନ୍ଦିରରୁ ଗିରଫ କରାଯାଇଛି । ମହାକାଳ ମନ୍ଦିରରୁ ସେ ଦର୍ଶନ ସାରି ଫେରୁଥିବାବେଳେ ପୋଲିସ ତାକୁ ଗିରଫ କରିଛି । ଗିରଫ ସମୟରେ ‘ମୁଁ ବିକାଶ ଦୁବେ କାନ୍‌ପୁର ବାଲା’ ବୋଲି ସେ ଚିତ୍କାର କରୁଥିଲା । ତେବେ ବିକାଶ ଗିରଫ ହୋଇଛି ନା ଆତ୍ମ ସମର୍ପଣ କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରଶ୍ନ ଉଠାଇ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

Leave A Reply