ଭୁବନେଶ୍ୱର : ଆସନ୍ତାକାଲି (ଶୁକ୍ରବାର)ଠାରୁ ଭୁବନେଶ୍ୱରସ୍ଥିତ ଏମସର ଓପିଡି ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀ କରୋନା ପଜିଟିଭ୍ ବାହାରିବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିବା ଭୁବନେଶ୍ୱର ଏମସ୍ ର ନିର୍ଦ୍ଦେଶିକା ଡା.ଗୀତାଞ୍ଜଳି ବାଟମାନବେ ସୂଚନା ଦେଇଛନ୍ତି । ତେବେ ଡାଏଲିସିସ୍ ଓ ରେଡିଓଗ୍ରାଫି ଭଳି ଚିକିତ୍ସା ଜାରି ରହିବ ।
ପଜିଟିଭ ବାହାରିଥିବା ଡାକ୍ତର . କର୍ମଚାରୀ ଓ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଏବେ ସଙ୍ଗରୋଧରେ ରହିବେ । ଏହା ସହ କିଛି କର୍ମଚାରୀ କରୋନା କେଂଟନମେଂଟ ଜୋନରୁ ଆସୁଥିବାରୁ ସେମାନଙ୍କୁ ଏବେ ଆସିବା ପାଇଁ ମନା କରାଯାଇଛି । ଏହି ସବୁ ସମସ୍ୟା ପାଇଁ ଏବେ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ପାଇଁ ଏମ୍ସର ଓପିଡି ସେବାକୁ ଆସନ୍ତାକାଲିଠାରୁ ବନ୍ଦ ରଖାଯିବ । କିନ୍ତୁ ରୋଗୀମାନେ ଟେଲି ମେଡିସିନ ସର୍ଭିସେସ୍ ଜରିଆରେ ଡ଼ାକ୍ତରଙ୍କ ସହ କଥା ହୋଇ ନିଜ ସମସ୍ୟା ବିଷୟରେ ପରାମର୍ଶ ନେଇପାରିବେ । ଏହା ସହ ଆସନ୍ତାକାଲିଠାରୁ ଏମସ୍ ପକ୍ଷରୁ ସ୍ୱାସ୍ଥ୍ୟ ଆପ ଲଂଚ୍ କରାଯାଉଛି, ଯାହା ଜରିଆରେ ରୋଗୀ ନିଜ ସମସ୍ୟାର ସମାଧାନ ପାଇ ପାରିବେ ।
Next Post