Odisha news

ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ : ନିରଞ୍ଜନ ପଟ୍ଟନାୟକ

0

ଭୁବନେଶ୍ୱର, ୦୯ ଜୁଲାଇ – ଏବର୍ଷ କରୋନା ମହାମାରୀରେ ରାଜ୍ୟର ଆର୍ଥିକ ସ୍ଥିତି ବହୁ ଦର୍ବୁଳ ହୋଇ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ କୌଣସି ନୂଆ ପଦବୀ ସୃଷ୍ଟି ନକରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାସହ ଅବସର ନେଉଥିବା କର୍ମଚାରୀ ମାନଙ୍କର ପୁନଃ ନିଯୁକ୍ତିର ରୋକ ଲଗାଇଛନ୍ତି । ମାତ୍ର ଏହି କିଛିଦିନ ମଧ୍ୟରେ ଖୋଦ ମୁଖ୍ୟମନ୍ତ୍ରୀ ୧୦ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି । ଏହି ୧୦ଜଣ ଅଧିକାରୀଙ୍କ ମଧ୍ୟରୁ ୯ଜଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି ପାଇଛନ୍ତି । ଓଡ଼ିଶାରେ ବର୍ତମାନ ସୁଦ୍ଧା ୪୫ଲକ୍ଷରୁ ଉର୍ଦ୍ଧ୍ୱ ରେଜିଷ୍ଟ୍ରିଭୁକ୍ତ ବେକାର ଯୁବକଯୁବତୀ ଅଛନ୍ତି । ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଶିକ୍ଷୟତ୍ରୀ ନାହାଁନ୍ତି, ଅନେକ ଥାନାରେ ମଧ୍ୟ ବହୁ କମ କର୍ମଚାରୀରେ ଥାନା ଚାଲିଛି । ବନବିଭାଗ ଓ ଅନ୍ୟ ଯେକୌଣସି ବିଭାଗରେ ମଧ୍ୟ ଏହି ଅବସ୍ଥା । ରାଜ୍ୟ ବାହାରେ କାମ କରୁଥିବା ପ୍ରାୟ ୧୦ଲକ୍ଷ ପ୍ରବାସୀ କରୋନା ପାଇଁ ଓଡ଼ିଶା ଫେରିଆସିଛନ୍ତି । ଏଭଳି ପରିସ୍ଥିତିରେ ଯୁବକଯୁବତୀ ମାନଙ୍କର ନିଯୁକ୍ତି ବନ୍ଦ କରିବା ଏକ ଅପରିଣାମ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

Nalco

Leave A Reply