Odisha news

ଭବତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେମିରେ ବାଲିଆପଡ଼ା

0
ନିରାକାରପୁର,୬/୧୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ଖେଳ ପଡିଆରେ  ମା ଉଗ୍ରତାରା କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆଜିଠାରୁ ଉଦଘାଟିତ ହୋଇଯାଇଛି ଭବତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରୀଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ ଓ ବିଜେପି ନେତା କିଶୋର ଚନ୍ଦ୍ର ବରାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟି ଦଳ ଭାଗ ନେବାକୁ ଥିବାବେଳେ ଆଜି ୪ ଟି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦେଉଳିଟାଙ୍ଗୀ ଓ ଘଟିକିଆ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ  ଦେଉଳିଟାଙ୍ଗୀ ବିଜୟ ଲାଭ କରିଥିଲା। ପରେ ଭଳିଆବାଡ଼ି ଓ ବାଲିଆପଡ଼ା ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବାଲିଆପଡ଼ା ବିଜୟ ଲାଭ କରିଥିଲା। ଆଜି ପ୍ରଥମ କ୍ୱାଟର ଫାଇନାଲରେ ବାଲିଆପଡ଼ା ଓ ଦେଉଳିଟାଙ୍ଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାଲିଆପଡ଼ା ଟସ୍ ଜିଣି ଦେଉଳିଟାଙ୍ଗୀ କୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଦେଉଳିଟାଙ୍ଗୀ ୧୦ ଓଭରରେ ୩ ୱିକେଟ ହରାଇ ୧୦୨ ରନ କରିଥିବାବେଳେ ବାଲିଆପଡ଼ା ୮.୪ ଓଭରରେ ୬ ୱିକେଟ ହରାଇ ୧୦୩ ରନ କରି ସେମିକୁ ଉତ୍ତୀର୍ଣ୍ଣ ହୋଇଛି। ଆଜିର ଖେଳକୁ ଅରୁଣ କୁମାର ପାତ୍ର, ସିନ୍ଧାନ୍ତ୍ ପାଇକରାୟ ଓ ନବ କିଶୋର ସେଠୀ ପରିଚାଳନା କରିଥିବାବେଳେ ପ୍ରକାଶ ଜେନା, ଉମାକାନ୍ତ ଶତପଥୀ, ସନ୍ତୋଷ ସାହୁ ଓ ପପୁ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।
Leave A Reply