ଖଲ୍ଲିକୋଟ କୁ ଫେରିଲେଣି ୬ ହଜାରରୁ ଅଧିକ ପ୍ରବାସୀ,୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଭେଜିପୁଟ ଠାରେ ରନ୍ଧା ଖାଦ୍ୟ ବଣ୍ଟନ।
ଖଲ୍ଲିକୋଟ–୨୩/୦୫–କରୋନା ଯୋଗୁଁ ସାରା ଦେଶରେ ଲକ୍ ଡାଉନ ଲାଗୁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନେ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି। ରେଳ ଓ ବସ ଚଳାଚଳ ବନ୍ଦ ଥିବା ଯୋଗୁଁ ପ୍ରବାସୀ ଶ୍ରମିକ ମାନେ ଚାଲି ଚାଲି, ସାଇକେଲରେ ମାଲବାହୀ ଟ୍ରକ, ଟଲର ଓ କେହି କେହି ବ୍ୟକ୍ତି ଗତ ଭାବେ ବସ ଓ ଚାରି ଚକିଆ ଯାନ ଭଡା କରି ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। ଖଲ୍ଲିକୋଟ କୁ ଅଦ୍ୟାବଧି ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଆସି ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ରେ ରହିଛନ୍ତି ।
ସେମାନଙ୍କ ମଧ୍ୟରୁ କେତେକ କୁଆରେଣ୍ଟାଇନ ଅବଧି ସାରି ଘରକୁ ଫେରିଗଲେଣି ।ପ୍ରବାସୀ ମାନେ ରାସ୍ତାରେ ଆସିବା ବେଳେ ଦୋକାନ ବଜାର ବନ୍ଦ ଓ ଆର୍ଥିକ ଅଭାବରୁ ଖାଦ୍ୟ ପାନୀୟ ମିଳିବାରେ ବହୁ ଅସୁବିଧା ହେଉଛି। ଭୋକ ଉପବାସରେ ଆସୁଥିବା ଲୋକ ମାନଙ୍କୁ ରାସ୍ତାରେ ବିଭିନ୍ନ ସ୍ଥାନରେ ସ୍ବେଛାସେବୀ ମାନେ ଖାଦ୍ୟ ବଣ୍ଟନ କରୁଛନ୍ତି। ସେହିପରି ଖଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଯୋଗୁଁ ,ଏହି ରାସ୍ତା ଦେଇ ହଜାର ହଜାର ପ୍ରବାସୀ ଯାଉଥିବା ଦେଖିବାକୁ ମିଳୁଛି। ଗ୍ରାମର ଯୁବକ ମାନେ ଅସୁବିଧା ସମୟରେ ସାହାଯ୍ୟର ହାତ ବଢାଇଛନ୍ତି।
ନିଜସ୍ବ ଖର୍ଚ୍ଚ ଓ କେତେକ ବଦାନ୍ୟ ବକ୍ତିଙ୍କ ସହଯୋଗ ଓ ନିଜେ ଶ୍ରମଦାନ କରି ରନ୍ଧା ଖାଦ୍ୟ ଓ ବିସ୍କୁଟ, ପାଉରୁଟି, କଦଳୀ ଓ ପିଇବା ପାଣିର ବ୍ୟବସ୍ଥା କରି ଭୋକ ଉପବାସରେ ଆସୁଥିବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ଖୁସି ଅନୁଭବ କରୁଛନ୍ତି। ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଗାମୀ ଦିନରେ ଚାଲୁ ରହିବ ବୋଲି ଆୟୋଯୋକ ମାନେ କହିଛନ୍ତି। ଗ୍ରାମର ତରୁଣ ଯୁବକ ସଂଘର କର୍ମକର୍ତ୍ତା ଓ ସଭ୍ୟ ସଂପୂର୍ଣ୍ଣ ଭାବରେ ସହଯୋଗ କରୁଛନ୍ତି। ଖଲିକୋଟ ବିଡ଼ିଓ ନବକୃଷ୍ଣ ଜେନା ,ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡିକା ,ଜିଲ୍ଲା ପାରାଲିଗାଲ ଭଲ୍ୟୁଣ୍ଟର ପଦ୍ମ ଚରଣ ସାହୁ , ଫକୀର ଚରଣ ଦାସ,ଯୁବ ବ୍ୟବସାୟୀ ସଞ୍ଜୟ ସାହୁ, ପଥରା ସରପଞ୍ଚ ବନମାଳୀ ବାଲା ,ରଞ୍ଜନ ମହାରଣା ,ଯୁବନେତା ରମେଶ ସାହୁ ,ପୂର୍ଣ୍ଣ ମହାରଣା ,ଡାକ୍ତର ରାଧାମୋହନ ନାୟକ ,ପ୍ରଦୀପ୍ତ ସାହୁ ,ଅଶୋକ କୁମାର ତ୍ରିପାଠୀପ୍ରମୁଖ ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି ।