ଖଲ୍ଲିକୋଟ–୧୩/୦୮–ଟ୍ରାକ୍ଟର ଭଡା ବାବଦ ଅର୍ଥ ଆଦାୟ କୁ ନେଇ ଖଲ୍ଲିକୋଟ ତୋଟାଗାଁ ରେ ଗୁଳି ଫୁଟିଛି ।ଗୁଳି ମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ ।ଏ ନେଇ ଥାନାରେ ଅଭିଯୋଗ ପରେ ଗୁଳି ଚଳାଇଥିବା ଦୁର୍ବୁତ୍ତ ର ଭାଇକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ତୋଟାଗାଁ ର ଯୋଗୀ ଦଳେଇ ଙ୍କ ପୁଅ ଜିତେନ୍ଦ୍ର ଦଳେଇ(୩୫)ଗତକାଲି ରାତିରେ ହରିଜନ ସାହି ଛକ ରେ ଥିବା ଏକ କ୍ୟାବିନ ରେ ବସିଥିବା ବେଳେ ସେହି ଗ୍ରାମର ସୁର ପାହାନ ଙ୍କ ପୁଅ ପବନା ପାହାନ ହଠାତ ହାତରେ ଏକ ଦେଶୀ ପିସ୍ତଲ ଧରି ସେଠାରେ ପହଞ୍ଚି ପ୍ରାୟ୩୦ଫୁଟ ଦୂରରେ ରହି ବିଭିନ୍ନ ଅଶ୍ରାବ୍ୟ ଭାଷା ରେ ଗାଳିଗୁଲଜ କରିବା ସହ ଆଜି ଜୀବନ ରୁ ମାରିଦେବି ବୋଲି କହି ଛାତି କୁ ଲକ୍ଷ୍ୟ କରି ଗୁଳି ଫୁଟାଇ ଥିଲା ।ଜିତେନ୍ଦ୍ର ଉଠି ପଡ଼ି ଘୁଞ୍ଚି ଯିବାରୁ ଗୁଳି ଟି ସାଇଟ ରେ ଚାଲି ଯାଇଥିଲା ବୋଲି ଥାନାରେ ଲିଖିତ ଅଭିଯୋଗ ରୁ ଜଣାପଡିଛି ।
ଏହା ପରେ ଜିତେନ୍ଦ୍ର ପ୍ରାଣ ବିକଳରେ ଦୌଡ଼ି ଘରକୁ ଚାଲି ଯାଇଥିଲେ ।ଜିତେନ୍ଦ୍ର ଖଲ୍ଲିକୋଟ ଥାନାରେ କରିଥିବା ଅଭିଯୋଗ ରୁ ଜଣାପଡିଛି ଯେ, ପବନା ପୁଣି ପିସ୍ତଲ ରେ ଗୁଳି ଲୋଡ଼ କରି ତାଙ୍କୁ ମାରିବା ପାଇଁ ଘର ପର୍ଯ୍ୟନ୍ତ ଯାଇଥିଲା ।ସାଙ୍ଗରେ ତାର ବାପା ସୁର ଓ ଭାଇ ବିଜୁଳି ପାହାନ ମଧ୍ୟ ଥିଲେ ।
ଜିତେନ୍ଦ୍ର ଙ୍କୁ ସପରିବାର ଜୀବନରେ ମାରି ଦେବାର ଧମକ ଦେଇଥିଲେ ।ଗୁଳି ଶବ୍ଦ ଶୁଣି ଗ୍ରାମର ଲୋକମାନେ ସେଠାରେ ଜମା ହୋଇ ଯିବାରୁ ସେମାନେ ପଳେଇ ଯାଇଥିଲେ ।ଜିତେନ୍ଦ୍ର ଙ୍କ ବଡଭାଇ ଉପେନ୍ଦ୍ର ଦଳେଇ ଙ୍କ ଟ୍ରାକ୍ଟର ସୁର ପାହାନ ଙ୍କ କାମ ରେ ଭଡାରେ ଲାଗିଥିଲା ।ଟ୍ରାକ୍ଟର ଭଡା ବାବଦ ଅର୍ଥ ଆଦାୟ କୁ ନେଇ ଉଭୟଙ୍କ ମଧ୍ୟରେ ସନ୍ଧ୍ୟାରେ ସାହି ଛକରେ ପାଟିତୁଣ୍ଡ ହୋଇ ଥିଲା ।ଏହି ରାଗରେ ପବନା ରାତିରେ ଗୁଳି ଚାଳନା କରିଥିଲେ ବୋଲି ଜିତେନ୍ଦ୍ର ଥାନାରେ କରିଥିବା ଅଭିଯୋଗ ରେ ଦର୍ଶାଇଛନ୍ତି ।ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ କରି ରାତି ସାରା ତୋଟାଗାଁ ରେ ପାଇଁତରା ମାରିଥିଲେ ।ଅଭିଯୁକ୍ତ ପବନା ଓ ତାଙ୍କ ବାପା ଗାଁ ରୁ ଫେରାର ହୋଇ ଯାଇଥିବାରୁ ଭାଇ ବିଜୁଳି ପାହାନ କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି ।ଏ ନେଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।

LEAVE A REPLY

Please enter your comment!
Please enter your name here