ବ୍ରହ୍ମପୁର -ସୁରତ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବଡଧରଣର ବାହୁଡା ପର୍ବ ଆରମ୍ଭ ହୋଇଛି l ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ ଶହ ଶହ ଯାତ୍ରୀ ସୁରତ ଯିବା ପାଇଁ ଛିଡା ହୋଇଥିଲେ l ପ୍ରାୟ ୨ ମାସ ପରେ ଆଜି ସଞ୍ଜ ନଇଁବା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନ ଚଳଚଞ୍ଚଳ ହୋଇ ପଡିଥିଲା l ଖୋର୍ଦ୍ଧା-ଅହମବlଦ ଟ୍ରେନରେ ଟିକଟ କାଟିଥିବା ଯାତ୍ରୀଙ୍କୁ ନେଇ ଆସିଥିବା ଗୋଟିଏ ପରେ ଗୋଟିଏ ଗାଡି (ମିନିବସ, କାର, ଅଟୋ, ବାଇକ )ଲାଗୁଥିଲା ଷ୍ଟେସନ କତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ହୋଇ ସାରିଥିଲା l ଷ୍ଟେସନ ପ୍ରବେଶ ପଥରେ ଜଣ ଜଣ କରି ଟିକଟ ଯାଞ୍ଚ କରି ଭିତରକୁ ଛଡାଯାଉଥିଲା l ସେଠାରେ ପୁଣି ପ୍ରତେକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ପରେ ପ୍ଲlଟଫର୍ମକୁ ଯିବା ପାଇଁ ଅନୁମତି ମିଳିଥିଲା l

ତେବେ କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଚିହ୍ନଟ ହୋଇ ନଥିଲା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁଲିସ ବଳ ନିୟୋଜିତ ହୋଇଥିଲା l କରୋନା କାଳରେ ଓଡିଶାକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣିଥରେ ସୁରତ ଫେରିବା ଆରମ୍ଭ କରି ଦେଇଛନ୍ତି l ଆଜକୁ ଏକ ମାସ ହେବ ଶ୍ରମିକମାନେ ନିଜ ଖର୍ଚ୍ଚରେ ଅଥବା କମ୍ପାନି ସହାୟତାରେ ବସ ଭଡ଼ା କରି କର୍ମସ୍ଥଳକୁ ଫେରୁଛନ୍ତି l ଓଡ଼ିଶାରେ ସେମାନଙ୍କ ପାଇଁ କୌଣସି ରୋଜଗାରର ମାଧ୍ୟମ ନଥିବାରୁ ଏବଂ ସେମାନଙ୍କ କୌଣସି ଅନୁସାରେ ପ୍ରତିଷ୍ଠାନ ନଥିବାରୁ ସେମାନେ ଫେରିବାକୁ ବାଧ୍ୟ ହେଉଛନ୍ତି l ଶ୍ରମିକ ମାନେ ବସରେ ଗଲାବେଳେ ନିକଟ ଅତିତରେ ଏକାଧିକ ଦୃଘଟଣା ଘଟି କେତେଜଣଙ୍କ ମୃତ ହୋଇଥିବା ବେଳେ ଆଉ କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଏଭଳି ସ୍ଥିତିରେ ଶ୍ରମିକଙ୍କ ସୁରକ୍ଷିତ ଯାତ୍ରାପାଇଁ ଟ୍ରେନ ଚଳାଚଳ ଅନିବାର୍ଯ୍ୟ ହୋଇ ପଡିଥିଲା l

ଏପଟେ ଶ୍ରମିକ ସ୍ୱତନ୍ତ୍ର ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କ୍ରମେ ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଧାରୋଡ ଠାରୁ ଅହମ୍ମଵlଦ, ଏବଂ ଗାନ୍ଧିଧାମକୁ ୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତି ନିଆଯାଇଥିଲା l ଏହି ୩ଟି ଟ୍ରେନ ମଧ୍ୟରୁ  ଶନିବାର ରାତ୍ର ପ୍ରଥମ ଟ୍ରେନ ଖୋର୍ଦ୍ଧାରୋଡ ଅହମ୍ମଵlଦ ଟ୍ରେନରେ ୧୪୩0 ଓଡ଼ିଆ ପ୍ରବାସୀ ମାନଙ୍କୁ ଧରି ଓଡିଶାରୁ ସୁରତ ଅଭିମୁଖେ ବାହାରିଥିଲା l କିଛି ଶ୍ରମିକ ନିଜ ପିଲାଛୁଆଙ୍କୁ ସାଙ୍ଗରେ ଧରି ନେବାର ଦେଖିବାକୁ ମିଳିଛି l ଗଞ୍ଜାମ ବିଜେପି ପକ୍ଷରୁ ସୁରତ ଯାଉଥିବା ପ୍ରବାସୀ ମାନଙ୍କୁ ମାସ୍କ, ପାଣି, କେକ, ବିସ୍କୁଟ ଆଦି ଖାଦ୍ୟର ବନ୍ଦବୋସ୍ତ କରାଯାଇଥିଲା l ରବିବାର ବ୍ରହ୍ମପୁର ଷ୍ଟେସନରୁ ଦିନ ୧୨ ଟା ୪0 ରେ ପହଂଚିବ l ସେହି ଟ୍ରେନରେ ମଧ୍ୟ ବ୍ରହ୍ମପୁର ଷ୍ଟେସନରୁ ୭00 ରୁ ଅଧିକ ଶ୍ରମିକ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ ବୋଲି ଷ୍ଟେସନ ମେନେଜର ଦୂର୍ଗାପ୍ରସାଦ ବ୍ରହ୍ମl କହିଛନ୍ତି l

LEAVE A REPLY

Please enter your comment!
Please enter your name here