ଆଗ୍ରାର ଫୁଟୱିୟର୍ ଉଦ୍ୟୋଗ ଖଦି ଜୋତା ତିଆରି କରିବାକୁ ଯାଉଛି । ଖଦି ବ୍ରାଣ୍ଡ୍ ଦେଶକୁ ଏକ ନୂଆ ପରିଚୟ ଦେବ । ଚମଡ଼ା ବା ସିନ୍ଥେଟିକ୍ ପରିବର୍ତ୍ତେ ଖଦି ଜୋତା ଆଗାମୀ ଦିନରେ ନୂଆ ଫ୍ୟାଶନ୍ ଟ୍ରେଣ୍ଡ୍ ହେବ । ସହରର ନିର୍ମାତାମାନେ କହିଛନ୍ତି, ସ୍ଥାନୀୟ ଉକ୍ସଊାଦର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲୋକାଲ ପାଇଁ ଭୋକାଲ’ ଅଭିଯାନ ପରେ ଏହି ନିର୍ଣ୍ଣୟ ନିଆଯାଇଛି । ରଙ୍ଗୀନ୍ ବ୍ଲକ୍ ପ୍ରିଣ୍ଟ୍, କାନ୍ଥା ସିଲେଇ ଓ ମଧୁବନି ପ୍ରିଣ୍ଟ୍ ଭଳି ଅନେକ ସାମ୍ପଲ୍ ଉଦାହରଣ ଭାବେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ଙ୍କୁ ପଠାଯାଇଛି । ନିର୍ମାତାଙ୍କୁ ଆଶା ଅଛି ଯେ ବାହାର ବଜାରରେ ମଧ୍ୟ ଜୋତାର ଚାହିଦା ରହିବ ।