ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ପ୍ରୟାଗରାଜକୁ ନୈନି ସହ ଯୋଡ଼ୁଥିବା ନୂଆ ଯମୁନା ବ୍ରିଜ୍କୁ ଲୋକେ ‘ଅଭିଶପ୍ତ ବି୍ରଜ୍’ କହୁଛନ୍ତି । ପୋଲ ତିଆରି ହେବା ଦ୍ୱାରା ମିର୍ଜାପୁର ଓ ମଧ୍ୟ ପ୍ରଦେଶ ଆଡ଼କୁ ଯାଉଥିବା ଲୋକଙ୍କୁ ରାସ୍ତା ତ ମିଳିଗଲା । ହେଲେ ଏହି ପୋଲ ଗତ ୨୦ ବର୍ଷ ମଧ୍ୟରେ ସୁଇସାଇଡ୍ ପଏଣ୍ଟ୍ ହୋଇଛି । ୧୦୦୦ରୁ ଅଧିକ ଲୋକ ବ୍ରିଜ୍ରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିସାରିଲେଣି । ପୋଲରେ ସିକୁ୍ୟରିଟି ଗାର୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆତ୍ମହତ୍ୟା ରୋକାଯାଇ ପାରିନାହିଁ । ୨୦୦୦ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିବା ପୋଲରେ ସଡ଼କ ଦୁର୍ଘଟଣାରେ ୨
ଜଣଙ୍କ ମୃତୁ୍ୟ ହୋଇଥିଲା । ଏହି ପୋଲ ନୈନି ଓ କିଡଗଞ୍ଜ ଥାନାର ସୀମାବର୍ତ୍ତୀ ଅଞ୍ଚଳରେ ରହିଛି । ଏଠାରେ ଘଟୁଥିବା ଦୁର୍ଘଟଣାକୁ ନେଇ ଦୁଇ ଥାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୀମା ବିବାଦ ଉପୁଜିଥାଏ । ପ୍ରୟାଗରାଜର ସାମାଜିକ କର୍ମୀ ତଥା ପୁରାଣବିତ୍ ବାବା ଅବସ୍ଥି କୁହନ୍ତି, ପ୍ରାଚୀନ କାଳରେ ମୋକ୍ଷ ପ୍ରାପ୍ତି ପାଇଁ ଆତ୍ମହତ୍ୟାକୁ ମାନ୍ୟତା ମିଳିଥିଲା । ସେ କାଳରେ ସଂଗମ ନିକଟରେ ଥିଲା ଗୋଟିଏ ‘ଅକ୍ଷୟ
ବଟ’ । ଅକ୍ଷୟ ବଟରୁ ଲୋକେ ତଳକୁ ଡେଇଁ ଆତ୍ମହତ୍ୟା କରୁଥିଲେ । ସେହି ଅକ୍ଷୟ ବଟ ଏବେ ଆକବରଙ୍କ ଦ୍ୱାରା ନିର୍ମିତ ଦୁର୍ଗ ପରିସରରେ ଅଛି । ଆକବର ଆଦେଶ ଜାରି କରି ଗଛରୁ ଡେଇଁ ଆତ୍ମହତ୍ୟା ଉପରେ ରୋକ ଲଗାଇଥିଲେ । ଏପରି ବି କୁହାଯାଏ ସଙ୍ଗମ କୂଳରେ ଥିବା ପ୍ରୟାଗରାଜର ଏହି ଦୁର୍ଗ ‘କୁଅæôରା’ କାରଣ ସେ କୌଣସି ଯୁଦ୍ଧ ଦେଖିନି । ସେଥିପାଇଁ ବଳି ମାଗୁଛି ।
Prev Post
Next Post