ଗବେଷକମାନଙ୍କୁ ଚୀନ୍ରୁ ନୂଆ ସ୍ୱାଇନ୍ ଫ୍ଲì ଭାଇରସ୍ ମିଳିଛି ଯାହା କରୋନା ମହାମାରୀ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିପାରେ । ମିଳିଥିବା ନୂଆ ସ୍ୱାଇନ୍ ଫ୍ଲì ‘ଜି୪’ ୨୦୦୯ରେ ଦେଖାଦେଇଥିବା ଏଚ୍ୱାନ୍ଏନ୍ୱାନ୍ ସ୍ୱାଇନ୍ ଫ୍ଲìର ଆନୁବଂଶିକ ବଂଶଜ । ତେବେ ଏହା ଅଧିକ ମାରାତ୍ମକ । ଏ ଫ୍ଲì ଲୋକଙ୍କୁ ଅଧିକ ରୋଗଗ୍ରସ୍ତ କରାଇବ । ଜି୪ ସନ୍ଧାନ ପାଇଁ ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ଗବେଷଣା ଚାଲିଥିଲା । ଚୀନ୍ର ୧୦ ରାଜ୍ୟରୁ ୪୦ ହଜାର ଘୁଷୁରିଙ୍କ ନାକୁରୁ ନିଆଯାଇଥିବା ସ୍ୱାବ୍ରୁ ଜଣାପଡ଼ିଛି ଚୀନ୍ରେ ୧୭୯ ପ୍ରକାର ସ୍ୱାଇନ୍ ଫ୍ଲì ଅଛି । ୧୭୯ ମଧ୍ୟରୁ ଜି୪ ଅଲଗା । ଜି୪ ମଣିଷଙ୍କ ଠାରେ ତୀବ୍ର ବେଗରେ ବ୍ୟାପିବା ଆଶଙ୍କା ଅଧିକ । ଘୁଷୁରି ଫାର୍ମରେ କାମ କରୁଥିବା ଜଣେ ଲୋକ ଜି୪ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କରୋନା କାଳରେ ଏହା ଯେମିତି ନ ବ୍ୟାପିବ ସେଥିପାଇଁ ଘୁଷୁରି ସଂସ୍ପର୍ଶରେ ନ ଆସିବା ସହ ଘୁଷୁରି ଫାର୍ମରେ କାମ ନ କରିବା ପାଇଁ ଗବେଷକମାନେ ଚେତାଇଛନ୍ତି ।