କେନ୍ଦୁଝର : କେନ୍ଦୁଝର ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଦରବାର ହଲ, କଳଲେକଟରଟେ, କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ, ଶ୍ରୀଯୁକ୍ତ ଆଶିଷ ଠାକରେଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଘସିପୁରା ବିଧାୟକ, ପ୍ରଫେସର ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଯଦୁମଣି ମହଲା, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି, ଶ୍ରୀଯୁକ୍ତ କାନୁନ ବିହାରୀ ପହି ଏବଂ ଅନ୍ୟ ଜନ ପ୍ରତିନିଧିଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏତତ ବ୍ୟତୀତ ସମସ୍ତ ଉପଜିଲ୍ଲାପାଳ, ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥଙ୍କ ସମେତ ଯୋଗାଣ ଓ ସମବାୟ ବିଭାଗ ର ଅଧିକାରୀ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ଏଫ. ସି. ଆଇ. କର୍ମକର୍ତ୍ତା, ମିଲ ର ଏବଂ ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ର ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ଠାକରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ସମ୍ପର୍କ ରେ ଆଲୋକପାତ କରିଥିଲେ। ଏହି ବର୍ଷ ପାଇଁ ସରକାର କେନ୍ଦୁଝର ଜିଲ୍ଲା ପାଇଁ ପ୍ରଥମ ପର୍ଯାୟ ରେ ୧୭,୩୦,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାପାଳ ଏଥିପାଇଁ ସବୁ ବିଭାଗ ଯଥା ଯୋଗାଣ, ସମବାୟ ଓ କୃଷି ଭିଭାଗା ମଧ୍ୟ ରେ ସମନ୍ୟୁୟ ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କୌଣସି ଚାଷୀ ଯେପରି ଧାନ ବିକ୍ରୟ ସମୟରେ କିମ୍ବା ସେମାନଙ୍କ ପ୍ରାପ୍ୟ ପାଇବା ରେ ହଇରାଣ ହରକତ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ। ଏହା ବାଦ ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ଶୃଙ୍ଖଳିତ ଭାବରେ ହୋଇପାରିବ ସେଥିପାଇଁ ସମସ୍ତ ଉପଜିଲ୍ଲାପାଳ ମାନଙ୍କୁ ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଥିଲେ। ବୈଠକ ରେ ନିଷ୍ପତି ଅନୁଯାଇ ଆଗାମୀ ଡ଼ିସେମ୍ବର ୧୧ ତାରିଖ ରୁ କେନ୍ଦୁଝର ଏବଂ ଚମ୍ପୁଆ ସବଡ଼ିଭିଜନ ଓ ୧୫ ତାରିଖ ରୁ ଆନନ୍ଦପୁର ସବଡ଼ିଭିଜନ ରେ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କରେ ଧାନ ସଂଗ୍ରହ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟା ୪୬ ଗୋଟି ଲ୍ୟାମ୍ପ ଅଧୀନରେ ୯୦ ଟି କେନ୍ଦ୍ର ରେ ଅନୁଷ୍ଠିତ ହେବାର ସ୍ୱୀକୃତ ହୋଇଛି। ଏହି ପ୍ରକ୍ରିୟା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କୁ ଆବଶ୍ୟକୀୟ ଧାନ ଓଜନ ଯନ୍ତ୍ର ସହିତ ଅନ୍ୟାନ ଯନ୍ତ୍ରପାତି ଯୋଗାଇ ଦେବାକୁ ନିୟନ୍ତ୍ରିତ ବଜାର କମିଟି ମାନଙ୍କୁ ନିର୍ଦେଶ ଦିଆଯାଇଛି। ଚଳିତ ବର୍ଷ ପାଇଁ ସରକାରଙ୍କ ତରଫରୁ ସାଧାରଣ ମାନ ଧାନ ର ମୂଲ୍ୟ କୁଇଣ୍ଟାଲ ପ୍ରତି ଟଙ୍କା . ୨୧୮୩.୦୦ ଏବଂ ଗ୍ରେଡ଼ ଏ ଧାନ ର ମୂଲ୍ୟ କୁଇଣ୍ଟାଲ ପ୍ରତି ଟ. ୨୨୦୩.୦୦ ଙ୍କା ଧାର୍ଯ୍ୟ କରାଯାଇଛି ବୋଲି ବେସାମେରିକ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ରଥ ସୂଚନା ଦେଇଥିଲେ।