ନିରାକାରପୁର,୨୩/୧୧: ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିକିଆ ଦନ୍ତା । ଦନ୍ତା ଆତଙ୍କରେ ସାରା ଅଞ୍ଚଳ ରେ ଖେଳି ଯାଇଛି ଆତଙ୍କ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ବଡ଼ପୋଖରୀଆ ନିକଟ ମା ବାଉତି ମନ୍ଦିର ଠାରେ ଜାତୀୟ ରାଜପଥ ଉପରେ ଆତଙ୍କ ସୃଷ୍ଟି କରୁଛି ଗୋଟିକିଆ ଦନ୍ତା। ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି। କିିଛି ସମୟ ଗାଡି ଚଳା ଚଳ ବନ୍ଦ ରହିଥିଲା।ଖାଦ୍ୟ ଖାଇବା ଲୋଭରେ ନିକଟରେ ଥିବା ଜଙ୍ଗଲରୁ ଦନ୍ତା ବାହାରି ଆସି ସୃଷ୍ଟି କରୁଛି ଆତଙ୍କ।ଏବେ ଟାଙ୍ଗୀ ବନାଞଳରେ ୨୮ ଟି ହାତୀ ଥିବାବେଳେ ଗୋଟିକିଆ ଗୋଠ ଛଡା ଦନ୍ତା ଗୁଡିକ ଆତଙ୍କ ସୃଷ୍ଟି କରୁଛନ୍ତୁ ସାରା ଆଞ୍ଚଳରେ। ଫଳରେ ଲୋକେ ରାତିରେ ଓ ଭୋର ସମୟରେ ଯିବାକୁ ଭୟ କରୁଛନ୍ତି।ଏଥିପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଲୋକେ ଆତଙ୍କିତ ଅବସ୍ଥା ରେ ଯା ଆସ କରୁଛନ୍ତି। ତେଣୁ ଗୋଠ ଛଡାଙ୍କୁ ଜଙ୍ଗଲକୁ ତଡ଼ିବାକୁ ଲୋକେ ଦାବି କରିଛନ୍ତି।