Odisha news

ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବାଲିଯାତ୍ରା

0

କୁଆଖାଇ ନଦୀପଠାରେ ଚଳିତ ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ବାଲିଯାତ୍ରାରେ ବିଭିନ୍ନ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ହେବ। ଏଥି ସହିତ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ପ୍ରତିଦିନ ହଜାର ହଜାର ଦର୍ଶକ ବାଲିଯାତ୍ରା ସ୍ଥଳକୁ ବୁଲିବାକୁ ଯିବେ

ବାଲିଯାତ୍ରା ପାଇଁ ଆଜି ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଟ୍ରାଫିକ ସମସ୍ୟାକୁ ସହଜ କରିବା ପାଇଁ ଆଲୋଚନା ହୋଇଛି। ଏହା ସହିତ ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ୍, ଅଗ୍ନିଶମ, ଓଡ୍ରାଫ, ପରିମଳ ଆଦିକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଥିଲା ବୋଲି ଭୁବନେଶ୍ବର ବାଲିଯାତ୍ରା କମିଟିର ସାଧାରଣ ସଂପାଦକ ଯଶୋବନ୍ତ ଓଝା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଲିଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସହିତ ଭୁବନେଶ୍ୱର ବାଲିଯାତ୍ରା କମିଟିର ସଦସ୍ୟ ଉପସ୍ଥିତ ଥିଲେ।

Ad2
Leave A Reply