କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରଂଚଳର ଦିଲାରପୁର ଅଂଚଳରେ ହାଇଦ୍ରାବାଦ୍ ରୁ ଫେରିଥିବା ଜଣେ ଯୁବକଙ୍କ ନମୁନା ପରୀକ୍ଷା ପରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥିଲା । ଏହାକୁ ନେଇ ସଂପୃକ୍ତ ଅଂଚଳ ଓ ସହରରେ ଜନ ସାଧାରଣଙ୍କ ଚିନ୍ତା ବଢାଇ ଦେଇଥିଲା । ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ନିଷେଧାଂଚଳ ଘୋଷଣା କରା ଯାଇଥିଲା ।
ଏହା ସହ ସଂପୃକ୍ତ ଯୁବକଙ୍କ ପରିବାରର ୧୫ଜଣ ସଦସ୍ୟଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ରବିବାର ସମସ୍ତ ୧୫ଜଣଙ୍କର ନେଗେଟିଭ ରିପୋର୍ଟ ଆସିଥିବା କୋଭୀଡ-୧୯ ଦାୟିତ୍ୱରେ ଥିବା ଡାକ୍ତର ସଚୀଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି । ଏହାକୁ ନେଇ ସହରରେ ଆଶ୍ୱସ୍ତି ପ୍ରକାଶ ପାଇଛି ।
