Odisha news

ତିହିଡି : ଲକ୍ଡାଉନ ଓ ସଟଡାଉନ କଟକଣାକୁ ମାନୁନାହାନ୍ତି ହୋଟେଲ ମାଲିକ ଓ ସାଧାରଣ ଲୋକେ

0

ତିହିଡି :କରୋନା ସଂକ୍ରମଣ ନେଇ ପ୍ରଶାସନ ଜାରି କରିଥିବା କଟକଣାକୁ ଲୋକେ ମାନିବାକୁ ନାରାଜ । ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବା ଓ ମାସ୍କ ପିନ୍ଧୁ ନଥିବା ଆଦି ଘଟଣାରେ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ କୌଣସି ଫରକ ପଡୁନଥିବା ଦେଖାଯାଉଛି । ଏପରିକି କଟକଣାକୁ ଅବମାନନା କରୁଥିବା ଲୋକେ ଗିରଫ ହେଉଥିଲେ ମଧ୍ୟ ଆଜି ପଯର୍‍ୟନ୍ତ ତିହିଡିରେ ଏହାର ଫୋକସ୍‍ ପଡୁନଥିବା ଜଣାଯାଇଛି । ଗତ ଶନିବାର ସଟ୍‍ ଡାଉନ୍‍ରେ ମଧ୍ୟ କେତେକ ଦୋକାନ ଖୋଲା ରହୁଥିବା ଆଜି ତହସିଲଦାର୍‍ ରମେଶଚନ୍ଦ୍ର ପଣ୍ଡାଙ୍କ ନଜରକୁ ଆସିଥିଲା ।

ପାଳିଆ ହାଟରେ ଗୋଟିଏ ହୋଟେଲ ଖୋଲାଯାଇଥିବା ଏବଂ ଭିତରେ ଅନ୍ୟ କିଛି ଚାଲୁଥିବାର ଜଣା ପଡିଥିଲା । ତେବେ ଉକ୍ତ ଦୋକାନୀ ଠାରୁ କୌଣସି ଜୋରିମାନା ଆଦାୟ କରାଯାଇନଥିବା ବେଳେ ଏକ ସପ୍ତାହ ପାଇଁ ସିଲ୍‍ କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । କେବଳ ପାଳିଆ କାହିଁକି ତିହିଡି ବଜାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବଜାରରେ ମଧ୍ୟ ଲକଡାଉନ କଟକଣାକୁ କୁ ହୋଟେଲ ମାଲିକ ମାନେ ପାଳନ କରୁନାହାନ୍ତି । ଶନିବାର ଦିନ ପ୍ରଶାସନ ପକ୍ଷରୁ ତିହିଡି ବଜାର, କୋହ୍ଲ, କମାରିଆ, ବିନ୍ଦାବଜାର, ନନ୍ଦପୁର, ଅଲ୍ଲୀନଗର, ଦୋଳସାହି, ଗୁଆମାଳ, ବିଲଣା, କୁବେରା, ତାଳପଦା ଆଦି ଅଞ୍ଚଳ ବୁଲି ଅମାନିଆଙ୍କୁ ସାବାଡ କରାଯାଇଥିବା ଜଣାଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁନଥିବା ଦେଖାଯାଉଛି ।

Nalco

Leave A Reply