Odisha news

କେନ୍ଦ୍ରାପଡା :ଉଦ୍ଧେଶ୍ୟ ମୂଳକ ଭାବେ ଦଳିତଙ୍କ ଘରଭଙ୍ଗା, ସାଧାରଣରେ ଅସନ୍ତୋଷ

0

କେନ୍ଦ୍ରାପଡା  :  କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅଧିନରେ ଥିବା ସରକାରୀ ଜମିକୁ ଜବରଦଖଲ କାରୀ ମାନେ ମାଡିବସି ସ୍ଥାୟୀ ନିର୍ମାଣ କରିଥିବା ବେଳେ ଜଣେ ଦଳିତଙ୍କ ଘରଭଙ୍ଗାକୁ ନେଇ ଆଲୋଚନା ଜୋର ଧରିଛି । ରାସ୍ତାକଡର ମୁଲ୍ୟବାନ ସରକାରୀ ଜମିକୁ ବହୁ ଲୋକ ଜବରଦଖଲ କରି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ଜଣେ ଦଳିତଙ୍କ ଘର ଭାଙ୍ଗିବା ପାଇଁ ତହସିଲଦାର କାହିଁକି ଉସରାହିତ ହୋଇ ପଡିଲେ ଏହାକୁ ନେଇ ନାନା ରୋଚକ କଥା ଶୁଣିବାକୁ ମିଳୁଛି । ଜିଲ୍ଲାପାଳଙ୍କୁ ହୋଇଥିବା ଅଭିଯୋଗ ମୁତାବକ ଏହି ତହସିଲ ଅଧିନ ଓଲଡି ଗ୍ରାମର ଧ୍ରୁବ ଚରଣ ବେହେରା ପାରିବାରିକ ସମସ୍ୟାରେ ଘରୁ ପଳାଇ ଆସି ତହସିଲ ନିକଟ ଏକ ୨ ଡିସିମିଲ ସରକାରୀ ଜମିରେ ଚାଲଛପର କୁଡିଆ ଘର କରି ୫ ବର୍ଷ ତଳୁ ପରିବାର ସହ ରହି ଆସୁଥିଲେ । ୫ ବର୍ଷ ହେଲା ନିୟମିତ ଖଜଣା ଦେଇ ପାଉତି ହାସଲ କରିଥିବା ବେଳେ ଗତ ସୋମବାର ଦିନ ଡେରାବିଶ ତହସିଲ ପକ୍ଷରୁ ଜେସିବି ମେସିନ ଲଗାଇ ସେହି ଘରକୁ ଭାଙ୍ଗି ଦିଆ ଯାଇଛି ।

ତେବେ ଧୃବ ଓ ତାଙ୍କ ପତôୀ ସସ୍ମିତା ବେହେରା ତାଙ୍କ ୪ ବର୍ଷର ଶିଶୁ ପୁତ୍ରକୁ ନେଇ କେନ୍ଦ୍ରାପଡା ମେଡିକାଲ ଅସିଥିବା ବେଳେ ଘର ଭଙ୍ଗା ଯାଇଥିଲା । ତେବେ ଏଟାରେ ଘର କରିଥିବା ଯୋଗୁ ସେହି ଅଂଚଳର ଜଣେ ଅବସର ପ୍ରାପ୍ତ ଶିକ୍ଷକ ସାହାଯ୍ୟ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରି ନେଇଥିଲେ । ପରବର୍ତୀ ଅବସ୍ଥାରେ ସେହି ଅବସର ପ୍ରାପ୍ତ ଶିକ୍ଷକ ଜଣକ ପୁନଃର୍ବାର ୩୦ ହଜାର ଟଙ୍କା ଦାବି କରିବାରୁ ଧୃବ ପ୍ରତିବାଦ କରିଥିଲେ । ଏଥରରେ ଉତ୍କ୍ଷିପ୍ତ ହୋଇ ଅବସର ପ୍ରାପ୍ତ ଶିକ୍ଷକ ସଂପୃକ୍ତ ପରିବାର ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମୋତେ ଟଙ୍କା ନଦେଲେ ନିଆଁ ଲଗାଇ ଘର ପୋଡି ଜୀବନରେ ମାରି ଦେବି ବୋଲି ଧମକ ଦେବାରୁ ସସ୍ମିତା ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୯୭/୨୦୨୦ ରେ ସଂପୃକ୍ତ ଶିକ୍ଷକଙ୍କ ବିରୁଧରେ ଏକ ମାମଲା ରୁଜୁକରି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ପରବର୍ତୀ ଅବସ୍ଥାରେ ତହସିଲ ପକ୍ଷରୁ ଧୃବଙ୍କୁ ଯାଗା ଛାଡିବା ପାଇଁ ନୋଟିସ କରାଯାଇ ଘର ଭଙ୍ଗା ଯାଇଥିଲା । ତେବେ ସେହି ଜମିର ଆଖପାଖର ବହୁ ଲୋକ ସରକାରୀ ଜମିକୁ ମାଡିବସି ସ୍ଥାୟୀ ନିର୍ମାଣ କରିଥିବା ବେଳେ ଜଣେ ଦଳିତଙ୍କ ଘରକୁ ଭଙ୍ଗାଯିବା ପଛରେ କି ରହସ୍ୟ ଅଛି ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.