Odisha news

ଯାଜପୁର : ଆର୍ଥିକ ସମୃଦ୍ଧି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମହିଳା ଚାଷୀ ହାଟର ଶୁଭାରମ୍ଭ

0

ଯାଜପୁର: ଯାଜପୁର ଜିଲ୍ଲାର ରସୁଲପୁର ବ୍ଳ୍କ ସ୍ଥିତ ବାରବାଟୀ ଠାରେ ମହିଳା ମାନଙ୍କ ଦ୍ୱାରା ସାମଗ୍ରୀ ବିକ୍ରୟ ପାଇଁ ଏକ ମହିଳା ଚାଷୀ ହାଟର ଲୋକାର୍ପଣ ହୋଇଯାଇଚ୍ଥି ।  ବୁଧବାର ଯାଜପୁର ନିୟନ୍ତ୍ରିତ ବଜାର କମିଟି ଓ ବାରବାଟୀ ଗ୍ରାମ ପଞ୍ଚାୟତ ସୈାଜନ୍ୟରୁ ପ୍ରସ୍ତୁତ ମହିଳା ଚାଷୀ ହାଟକୁ ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଓ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ହାଟ ବା ଡେଲି  ମାର୍କେଟକୁ ଲୋକାର୍ପିତ କରିବା ସହ ମହିଳା ସଶକ୍ତିକରଣରେ ଏହା ଏକ ଉଲ୍ଲେଖନୀୟ ସପଂଳତା ବୋଲି କହିଥିଲେ ।

ଏହି ହାଟ ମହିଳା ମାନଙ୍କୁ କେବଳ ଆତ୍ମ ନିର୍ଭରଶୀଳ କରାଇବ ନାହିଁ ବରଂ ସେମାନଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିବ ।  ଯାହା ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି ଜିଲ୍ଲା  ପରିଷଦ ସଭାପତି ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଥିଲେ ।  ଜିଲ୍ଲାପାଳ ଶ୍ରୀ ଦାସ ମହିଳାମାନେ ଅନେକ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଚ୍ଥନ୍ତି ।  ଏହି ମହିଳା ଚାଷୀ ହାଟ ମାଧ୍ୟମରେ ସେମାନେ ସେମାନଙ୍କର ଉତ୍ପାଦନ, ଜିଲ୍ଲାର ଶ୍ରେଷ୍ଠ ଜିନିଷକୁ ପ୍ରଦର୍ଶନ ଓ ବିକ୍ରୟ କରିପାରିବେ ବୋଲି କହିଥିଲେ ।

ଏହି ମହିଳା ହାଟର ସପଂଳତାକୁ  ଦେଖି ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇପାରେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଥିଲେ । ଏହି ଲୋକାର୍ପଣ ସମୟରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ନିୟନ୍ତ୍ରିତ ବଜାର କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ରସୁଲପୁର ବି.ଡି.ଓ. ଉମାକାନ୍ତ ପରିଡା, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।  ସ୍ଥାନୀୟ ସରପଞ୍ଚ ସୁଜିତ କୁମାର ମହାନ୍ତି ଏଥିରେ ସହଯୋଗ କରିଥିଲେ । ଏହି ହାଟଟି ରାଜପଥ ନିକଟରେ ଥିବାରୁ ମହିଳାଙ୍କ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ବିକ୍ରୟରେ ସହାୟକ ହେବା ସହ ଆର୍ଥିକ ସମୃଦ୍ଧିର ଆଶା ରଖାଯାଇଚ୍ଥି

Leave A Reply

Your email address will not be published.