Odisha news

ଏଟିଏମ ସହିତ ଦୋକାନ ଲୁଟିନେଲେ ଲୁଟେରା: ଥାନାରେ ଏତାଲା

0

ବାସୁଦେବପୁର : ବାସୁଦେବପୁର ବ୍ଲକର ନରସିଂହପୁର ପଞ୍ଚାୟତର ଗୋଟିଏ ଏଟିଏମ ଓ ଦୁଇ ଦୋକାନ ସହ କାବାଡିଆ ଗୋଦମ ଘର ଚୋରୀ ହୋଇଥିବାର ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି ।

ବାସୁଦେବପୁର-ଜାମୁଝାଡି ଛକର ଟାଟା ଇଣ୍ଡି କ୍ୟାଶ ଏଟିଏମକୁ ଗତକାଲି ବିଳମ୍ବିତ ରାତ୍ରିରେ ଭାଙ୍ଗି ତା ମଧ୍ୟରୁ ନଗଦ ଅର୍ଥ ଲୁଟ୍‍ ହୋଇଥିବାର ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । କେବଳ ଏଟିଏମ ଲୁଟ୍‍ କରି ନାହାନ୍ତି । ତାହା ସହିତ ନରସିଂହପୁର-କାଳିଦାସପୁର ରାସ୍ତାର ଘନଶ୍ୟାମ ମୁଦୁଲିଙ୍କ ତେଜରାତି ଦୋକାନର କବାଟ ତାଡି ତାଲା ଭାଙ୍ଗି ଦୋକାନର ଭିତରୁ ତେଲ,ଡିଟାର୍‍ଜେଣ୍ଟ ପାଉଣ୍ଡର,ଥଣ୍ଡା ପାନୀୟ ସହିତ ନଗଦ ଟଙ୍କା ଲୁଟ୍‍ କରିଛନ୍ତି ।

ଏହି ଦୋକାନକୁ ଲାଗି ବଟକୃଷ୍ଣ ପରିଡାଙ୍କ ଭେରାଇଟ୍‍ ଷ୍ଟୋର ମଧ୍ୟରୁ ବିଳମ୍ବିତ ରାତ୍ରିରେ ଦୋକାନର ଚାବି ଭାଙ୍ଗି ବିଭିନ୍ନ ସାମଗ୍ରୀ ଓ ନଗଦ ଅର୍ଥ ଲୁଟ୍‍ କରି ନେଇଛନ୍ତି । ଅନ୍ୟ ଏକ କବାଡିଆ ଦୋକାନରୁ କିଛି ଜିନିଷ ଓ ନଗଦ ଅର୍ଥ ଲୁଟ୍‍ କରି ନେଇଛନ୍ତି । ସକାଳେ ଦୋକାନୀ ଦେଖିବା ପରେ ବାସୁଦେବପର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.