କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଶ୍ରୀ ବଳଦେବଜୀୟୁ ମନ୍ଦିରର ବଡ ଦେଉଳ ଚୂଡାରେ ଥିବା ନୀଳଚକ୍ର ଅସୁରକ୍ଷିତ ଥିବା କାରଣରୁ ଦେବୋତର ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପ୍ରସାଦ ପତ୍ରୀ ଓଡିଶା ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ଅବଗତ କରାଇଥିଲେ ।
ଏହି ପ୍ରତ୍ନତତ୍ୱ ବିଭାଗ ବୁଧୁୁବାର ଅନୁଧ୍ୟାନ କରି ବ୍ୟଷୟିକ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ ।
ଏ ପ୍ରତ୍ନତତ୍ୱ ବିଭାଗ ଟିମ୍ରେ ବିଭାଗର ସହକାରୀ ଯନ୍ତ୍ରୀ ଓ କୁ୍ୟରେଟର,ମନ୍ଦିର ସେବାୟତ ଅନାଦି ପତ୍ରୀଙ୍କ ସହ ମନ୍ଦିରର ଶିଖରକୁ ଯାଇ ନୀଳଚକ୍ର ଅନୁଧ୍ୟାନ କରିଥିବାର ଟ୍ରଷ୍ଟ ବୋର୍ଡର ସଦସ୍ୟ ଧିରେନ କୁମାର ସାହୁ ସୂଚନା ଦେଇଛନ୍ତି ।