କେନ୍ଦ୍ରାପଡା : ବିଦେଶରେ ରହୁଥିବା ସ୍ୱାମୀର ଖୋଜଖବର ପାଇଁ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ପତ୍ନୀ ଆକୁଳ ନିବେଦନ କରିଛନ୍ତି । କେନ୍ଦ୍ରାପଡା ସଦର ଥାନା ଅଧିନ ନରସିଂହପୁର ଗ୍ରାମର ଜିତେନ୍ଦ୍ର କୁମାର ନାୟକ ଜଣ୍ଟିଲୋ ଗ୍ରାମର ରାଜଲକ୍ଷ୍ମୀ ନାୟକଙ୍କୁ ବିବାହ କରିଥିଲେ । ବିବାହର ମାତ୍ର ୧ମାସ ନିଜ ପରିବାର ସହିତ ସମୟ କାଟିବା ପରେ ସେ ନିଜର କାର୍ଯ୍ୟସ୍ଥଳୀ ଦୁବାଇର ଆବୁଧାବି କୁ ଗତ ଜାନୁଆରୀ ୧୦ ତାରିଖରେ ଯାଇଥିଲେ । ଗତ ୧ମାସ ହେବ ଜିତେନ୍ଦ୍ରଙ୍କ ସହିତ କୈାଣସି ପ୍ରକାର ଯୋଗାଯୋଗ ହୋଇପାରୁ ନାହିଁ ।
କିମ୍ବା ସେ ଦେଇଥିବା କମ୍ପାନୀ ସହ ମଧ୍ୟ ଯୋଗାଯୋଗ ହୋଇ ପାରୁନାହିଁ । ଏନେଇ ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ନାୟକ ବୁଧବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ବିଦେଶରେ ରହୁଥିବା ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁତୁରନ୍ତ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
