Odisha news

ବେତନଟୀ : ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଜବତ , ମାଲିକ ଓ ଡ୍ରାଇଭର ଗିରଫ

0

ବେତନଟୀ : ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ଥାନା ଏସଆଇ ବିନୟ ରଞ୍ଜନ ପରିଡା, ଏଏସଆଇ ଚିତ୍ତରଞ୍ଜନ ବାରିକ ପ୍ରମୁଖ ସକାଳୁ ପାଟ୍ରୋଲିଂ କରୁ ଥିବା ବେଳେ ଚଣ୍ଡିଛକରୁ ଓଡି-୧୧କେ-୯୯୩୭ ଟ୍ରାକ୍ଟରଟିରେ ବାଲି ଚାଲାଣ ହେଉ ଥିବାର ଦେଖି ଅଟକାଇ ଥିଲେ ।

କାଗଜପତ୍ର ମାଗିବାରୁ ଡ୍ରାଇଭର ବର୍ତ୍ତନାର ତପନ ସିଂ ସଠିକ କାଗଜପତ୍ର ଦେଖାଇ ପାରି ନଥିଲା । ବାଲି ଚୋରା ଚାଲାଣ ହେଉଥିବା ଜାଣି ପୋଲିସ କର୍ମଚାରୀ ମାନେ ଟ୍ରାକ୍ଟରଟିକୁ ଥାନାକୁ ନେଇ ଯାଞ୍ଚ କରି ଥିଲେ । ଏହି ଘଟଣାକୁ ନେଇ ଏସଆଇ ବିନୟ ରଞ୍ଜନ ପରିଡା ବେତନଟୀ ଥାନାରେ ଲିଖିତ ଏତଲା ଦେଇ ଥିଲେ ।

ଥାନା ଆଇଆଇସି ଅଶୋକ କୁମାର ନାୟକ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୯, ୪୧୧, ଅନୁଚ୍ଛେଦ ୫୧ ଓଡିଶା ଲଘୁ ଖଣିଜ ଅଧିନିୟମ ୨୦୧୬, ଅନୁଚ୍ଛେଦ ୩ ପିଡିପିପି ମୂଳେ ମାମଲା ନମ୍ବର ୧୪୩/୨୦୨୦ ରୁଜୁ କରି ଏଏସଆଇ ଚିତ୍ତରଞ୍ଜନ ବାରିକଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଏଏସଆଇ ବାରିକ ଟ୍ରାକ୍ଟରର ମାଲିକ ବର୍ତ୍ତନାର ଯଶୋବନ୍ତ ଗାଆଣ, ଡ୍ରାଇଭର ତପନ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବାର ଜଣା ପଡିଛି ।

Leave A Reply

Your email address will not be published.