କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀୟୁଙ୍କ ସଂସ୍କୃତି ଉପରେ ଆଧାରିତ ପତ୍ରିକା ‘ଶ୍ରୀ ତାଳଧ୍ୱଜ’ ଉପ ଜିଲ୍ଲାପାଳ ଜ୍ୟୋତି ରଂଜନ ମହାପାତ୍ର ଉନ୍ମୋଚିତ କରିଛନ୍ତି ।ବୁଧବାର ଶ୍ରୀ ବଳଦେବଜୀୟୁଙ୍କ ବଡଦାଣ୍ଡରେ ଏହି ପତ୍ରିକା ଉନ୍ମୋଚନ ସମୟରେ ବରିଷ୍ଠ ସାମ୍ବାଦିକ ତଥା ସେବାୟତ ଦେବେନ୍ଦ୍ର ସୁଆର, ପ୍ରତିକାର ସଂପାଦକ ସରୋଜ କୁମାର ମହାନ୍ତି, ଭୁବନ ମୋହନ ଜେନା, ବଳରାମ ସାହୁ, ପଣ୍ଡିତ ହୃଷିକେଶ ପଣ୍ଡାଙ୍କ ସମେତ ବହୁ ସେବାୟତ ଯୋଗ ଦେଇଥିଲେ ।