Odisha news

କେନ୍ଦ୍ରାପଡା : ପନ୍ଦରମାଇଲ ଗ୍ରାମ୍ୟ ରାସ୍ତା ପୁନଃରୁଦ୍ଧାର ପାଇଁ ଦାବି

0

କେନ୍ଦ୍ରାପଡା :  ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ଗ୍ରାମ ପଂଚାୟତର ପନ୍ଦରମାଇଲ ଗ୍ରାମର ଗ୍ରାମ୍ୟ ରାସ୍ତା ପୁନଃରୁଦ୍ଧାର କୁ ସେହି ଗ୍ରାମର ୬ ଜଣ ବ୍ୟକ୍ତି ବିରୋଧ କରୁଥିବାର ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ତେଣୁ ଏହି ରାସ୍ତାକୁ ଜଙ୍ଗଲ ଜମି କିସମରେ ପଟ୍ଟା ଯୋଗାଇଦେବା ପାଇଁ ଉକ୍ତ ଗ୍ରାମର ଲୋକମାନେ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ଗ୍ରାମରେ ସାନ୍ତାଳ ସଂପ୍ରଦାୟର ଶତାଧିକ ଲୋକ ବସବାସ କରି ଆସୁଛନ୍ତି ।

ମାତ୍ର ଉକ୍ତ ରାସ୍ତାଟି ଜଙ୍ଗଲ କିସମରେ ରହିଅଛି । ସରକାରଙ୍କର ପକ୍ଷରୁ ରାସ୍ତାର ପୁନଃରୁଦ୍ଧାର କଲଭଟ ନିର୍ମାଣ, ରାସ୍ତା କଡରେ ପାଚେରୀ ନିର୍ମାଣ ଇତ୍ୟାଦି କରାଯାଇଛି । ମାତ୍ର ଏହାକୁ କିଛି ବିରୋଧ କରି ରାସ୍ତା ଖୋଳି ଥିବାରୁ ରାସ୍ତା କାମ ଆଗେଇ ପାରୁ ନାହିଁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ କାଳନ୍ଦୀ କିସ୍କୁ, ଗୁରୁ ଚରଣ ସୋରେନ, ଅନନ୍ତ କୁମାର ହାନସ୍ଦା, ସୁରେଶ ମାଝୀ, ଶ୍ରୀକାନ୍ତ ମଣ୍ଡଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave A Reply