Odisha news

ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥ

0

ଭୁବନେଶ୍ୱର, ୧୦ ଅକ୍ଟୋବର ୨୦୨୬ : ପୂର୍ବ ତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ସ୍ୱଚ୍ଛତା ପକ୍ଷ ୨୦୨୬ ପାଳନ ଅବସରରେ ବିଭିନ୍ନ ସଫେଇ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଏବଂ ଯାତ୍ରୀଙ୍କ ସହ ଜନସମ୍ବାଦ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା, ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ନିଶ୍ଚିତ କରିବା ଏବଂ ରେଳବାଇ କର୍ମଚାରୀ ଓ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା।

ଏହି ଅଭିଯାନ ଅନ୍ତର୍ଗତ କାର୍ଯ୍ୟାଳୟ ପରିସରର ଯାନ୍ତ୍ରିକ ସଫେଇ, ରେଳଧାରଣା ପାର୍ଶ୍ୱରୁ ବର୍ଜ୍ୟବସ୍ତୁ ଓ ପୁରୁଣା ଆବର୍ଜନା ହଟାଇବା ସହ ଇ-ବର୍ଜ୍ୟବସ୍ତୁ ଏବଂ ପୁରୁଣା ଫାଇଲଗୁଡ଼ିକର ଉପଯୁକ୍ତ ନିଷ୍କାସନ ଭଳି କାର୍ଯ୍ୟ କରାଯାଇଛି। ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କୁଇଜ୍ ପ୍ରତିଯୋଗିତା ସହ ଶିଶୁମାନଙ୍କ ପାଇଁ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

ଚାଲୁ ରହିଥିବା ସ୍ୱଚ୍ଛତା ଅଭିଯାନ ୬.୦ର ଅଂଶସ୍ୱରୂପ ରାୟଗଡ଼, ବଲାଙ୍ଗୀର, ବରପାଲି ଓ ଟିଟିଲାଗଡ଼ ରେଳ ଷ୍ଟେସନରେ  ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଓ ଯାତ୍ରୀମାନେ ଉତ୍ସାହର ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ମାଧ୍ୟମରେ ଯାତ୍ରୀମାନେ ରେଳ ଅଧିକାରୀଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହ ଷ୍ଟେସନରେ ଉପଲବ୍ଧ ଯାତ୍ରୀ ସୁବିଧା, ଟ୍ରେନର ସ୍ୱଚ୍ଛତା ଓ ସେବା ପ୍ରଦାନ ସମ୍ପର୍କରେ ନିଜ ଅନୁଭୂତି, ପରାମର୍ଶ  ଓ ମତାମତ ରଖିଥିଲେ। ଯାତ୍ରୀମାନଙ୍କ ମତାମତ ଓ ପରାମର୍ଶ ଆଧାରରେ ସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କ୍ଷେତ୍ର ଚିହ୍ନଟ କରିବା ସହ ଯାତ୍ରୀ ସନ୍ତୋଷ ବୃଦ୍ଧି କରିବାରେ ସହାୟତା ମିଳିବ। ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛତା, ଉନ୍ନତ ଯାତ୍ରୀ ସୁବିଧା ଏବଂ ଯାତ୍ରୀକୈନ୍ଦ୍ରିକ ରେଳ ସେବା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Ad2
Leave A Reply