Odisha news

ପୂର୍ବ ଲଦାଖରେ ସେନା ଠୁଳ କରୁଛି ଚୀନ୍‌

0

ନୂଆଦିଲ୍ଲୀ  : ଭାରତ ଓ ଚୀନ୍‌ ସୀମାରେ ଦେଖାଯାଇଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି । ସେପଟେ ଚୀନ୍‌ ପୂର୍ବ ଲଦାଖ ନିକଟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ସେନା ଠୁଳ କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ ଲାଗିଛି । ମେ ୪ ତାରିଖରୁ ଏପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଟ୍ରୁପ୍‌ ସୈନ୍ୟ ସେଠାରେ ମୁତୟନ କରିଛି । ଏହାସହ ତୋପ, ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ସାମଗ୍ରୀଗୁଡିକ ଠୁଳ କରିଛି । ଏପଟେ ଭାରତ ଓ ଚୀନ୍‌ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଏଲ୍‌ଏସିରେ କିଭଳି ଶାନ୍ତି ଫେରିବ ସେ ନେଇ ଆଲୋଚନା ଚାଲିଥିବାବେଳେ ସେପଟେ ଚୀନ୍‌ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଚୀନ୍‌ ସେନା ମଧ୍ୟ ପୂର୍ବ ଲଦାଖ ସେକଫରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ।

Leave A Reply