କେନ୍ଦ୍ରାପଡା : ଜଣେ ଗୁରୁତର ବ୍ୟକ୍ତିଙ୍କୁ ଚିକିସିା ପାଇଁ କେନ୍ଦ୍ରାପଡା ଡାକ୍ତରଖାନାକୁ ଆଣିଥିବା ଯୁବକ ମାନେ ରୋଗୀଙ୍କ ମୃତୁ୍ୟପରେ ଡାକ୍ତରଖାନାରୁ ଶବ ନେଇ ଫେରାର୍ ହୋଇଥିବା ଜଣା ପଡିଛି । ତେବେ କର୍ତବ୍ୟରତ ପୋଲିସ ସେମାନଙ୍କୁ ବାରଣ କରୁଥିବା ବେଳେ ଏହି ଯୁବକ ମାନେ ବାଇକରେ ଶବକୁ ନେଇ ଦୃତ ଗତିରେ ପଳାଇଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ୪ଟା ସମୟରେ ସଦର ଥାନା ଅଧିନ ଘନ ଶ୍ୟାମପୁର ଗ୍ରାମର ନାରାୟଣ ନାୟକ ଗୁରୁତର ଭାବେ ଅସୁସ୍ଥ ଥିଲେ । ସେହି ଗ୍ରାମର କିଛି ଯୁବକ ନାରାୟଣଙ୍କୁ ବାଇକରେ ବସାଇ କେନ୍ଦ୍ରାପଡା ମେଡିକାଲକୁ ଡାକ୍ତରଙ୍କୁ ଦେଖାଇବାକୁ ଆଣିଥିଲେ । ତେବେ ଡାକ୍ତର ରୋଗୀଙ୍କୁ ଦେଖିବା ପୂର୍ବରୁ ନାରାୟଣଙ୍କ ଦେହାନ୍ତ ହୋଇ ଯାଇଥିଲା । ଉପସ୍ଥିତ ଥିବା ମହିଳା କନେଷ୍ଟବଳ ଜଣକ ବାରଣ କରୁଥିଲେ ମଧ୍ୟ ଯୁବକ ମାନେ ଜବରଦସ୍ତ ଶବ ନେଇ ବାଇକରେ ପଳାଇଥିଲେ ।