Odisha news

ପରିବାର ନିୟନ୍ତ୍ରଣ ଉଦେ୍ଦଶ୍ୟରେ ଅସ୍ତ୍ରୋପଚାର କରାଯାଉ ଥିବାବେଳେ ମହିଳାଙ୍କ ମୃତୁ୍ୟଙ୍କୁ ନେଇ ଉତେଜନା ପ୍ରକାଶ

0

କେନ୍ଦ୍ରାପଡା : ପରିବାର ନିୟନ୍ତ୍ରଣ ଉଦେ୍ଦଶ୍ୟରେ ଅସ୍ତ୍ରୋପଚାର କରାଯାଉ ଥିବାବେଳେ ମହିଳାଙ୍କ ମୃତୁ୍ୟଙ୍କୁ ନେଇ ଉତେଜନା ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଦିନ ୧୨ ଜଣଙ୍କର ଅସ୍ତ୍ରୋପଚାର କରାଯାଇ ଥିଲା । ସେମାନଙ୍କ ମଧ୍ୟରୁ ପଟ୍ଟାମୁଣ୍ଡାଇ ଥାନା ଅଧିନ ସୁଜନପୁର ର ଶଙ୍କର ମଲିକଙ୍କ ପତ୍ନୀ କୁସୁମ ମଲିକ(୩୨) ଙ୍କର ଅସ୍ତ୍ରୋପଚାର କରାଯାଇ ଥିଲା । ତେବେ ଅସ୍ତ୍ରୋପଚାର ସମୟରେ କୁସୁମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟକୁ ଅଣା ଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା ।

ଡାକ୍ତରଙ୍କ ଅସାବଧାନତା ପାଇଁ କୁସୁମଙ୍କର ମୃତୁ୍ୟ ହୋଇଥିବା ତାଙ୍କ ସ୍ୱାମୀ ଶଙ୍କର ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଜଣେ ଡାକ୍ତର ପ୍ରାୟ ୧୦ ବର୍ଷହେଲା ଛୁଟିରେ ରହି ଘରୋଇ ନର୍ସିଂହୋମ ଓ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ସରକାରୀ ଚାକିରୀରେ ଯୋଗଦେବା ପାଇଁ ଯାଉ ନାହାନ୍ତି । ପାଟକୁରା ଓ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଏହି ଡାକ୍ତରଙ୍କ ଅସ୍ତ୍ରୋପଚାର ଦ୍ୱାରା ବହୁ ରୋଗୀ ଅକାଳରେ ମୃତୁ୍ୟ ବରଣ କରୁଥିବା ଅଭିଯୋଗ ହୋଇଛି । ତାଙ୍କ ମାର୍ଫତରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରା ଯାଉଥିବା ଯୋଗୁଁ ନାନା ପ୍ରକାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।  ଏହାକୁ ନେଇ ଡାକ୍ତରଖାନା ପରିସରରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ପାଇବେ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ଅମିତା ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply