Odisha news

ଆଜି ହେଉଛି କାର୍ତିକ ପୂର୍ଣ୍ଣିମା ଓ ସୋମବାର : ମହାଦେବ ଓ ଭଗବାନ ବିଷ୍ଣୁ ଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ

0

ଏମିତିରେ ତ ୧୨ ମାସରେ ୧୨ ଟି ପୂୂର୍ଣ୍ଣିମା କିନ୍ତୁ କାର୍ତ୍ତିକ ଶୁକ୍ଳ ପକ୍ଷର ପୁର୍ଣିମା ଖୁବ ଗୁରୁତ୍ୱପୂର୍ଣ l ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ସମସ୍ତ ଦେବା ଦେବୀ ପୃଥିବୀ ପୃଷ୍ଠରେ ବିଚରଣ କରି ଥାଆନ୍ତି l ଏହାଛଡା ଏହି ତିଥିରେ ମାତା ଲକ୍ଷ୍ମୀଙ୍କ ର ବିଶେଷ ପୂଜାର୍ଚନା କରାଯାଇ ଥାଏ l

କାର୍ତ୍ତିକ ପୂର୍ଣିମା ଚଳିତ ଥର ସୋମବାର ପଡୁଥିବା କାରଣ ରୁ ଘଟୁଛି ୨ ଟି ଶୁଭ ଯୋଗ , ଯାହାକି ଜୀବନ ପାଇଁ ଖୁବ ଶୁଭ l ଏହିଦିନ ଉଭୟ ବିଷ୍ଣୁ ଓ ମହାଦେବ ଙ୍କ କୃପା ଲାଭ କରାଯାଇ ଥାଏ l ଚଳିତ ଥର ସୋମବାର ରେ କାର୍ତ୍ତିକପୂର୍ଣିମା ପଡୁଛି , ତେଣୁ ଜୀବନ ରେ ସୁଖ ସମୃଦ୍ଧି ଲାଭ କରି ଈଶ୍ୱର ଙ୍କ କୃପା ପାଇବା ପାଇଁ ନିର୍ଦ୍ଧିଷ୍ଟ ମନ୍ତ୍ର ପାଠ କରନ୍ତୁ l

କରନ୍ତୁ ଏହି ଉପାୟ :-
* କାର୍ତିକ ପୂୂର୍ଣ୍ଣିମା ରେ କୌଣସି ପବିତ୍ର ନଦୀ ରେ ସ୍ନାନ କରିବା ଦ୍ୱାରା ଭାଗ୍ୟ ଖୋଲି ଯାଇଥାଏ l ଏବଂ ଉଭୟ ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l

* ଯଦି ଆପଣ ଚାହୁଁଛନ୍ତି ବର୍ଷ ସାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ କରନ୍ତୁ ବୋଲି ତେବେ ଆଜିର ଦିନରେ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ପାଣି ରେ ସ୍ୱସ୍ତିକ ଚିହ୍ନ କରନ୍ତୁ l ଏବଂ ଆମ୍ବ ପତ୍ରରେ ମୁଖ୍ୟ୍ ଦ୍ଵାରକୁ ସଜାଇ ଦିଅନ୍ତୁ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ. l ଏବଂ ଘରେ ମାତା ଲକ୍ଷ୍ମୀ ନାରାୟଣ ଙ୍କ ବାସ ହୋଇଥାଏ l

* କାର୍ତ୍ତିକ ପୂୁର୍ଣିମା ଦିନ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଦୁଗ୍ଧ ରେ ମିଶ୍ରୀ ଓ ମହୁ ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ଏବଂ ଶିବ ପଞ୍ଚକ୍ଷରୀ ୧୦୮ ଥର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ରୁ କଳହ , କ୍ଳେଶ , ରୋଗ , ଦୁଃଖ ଦୂର ହୋଇଥାଏ ଏବଂ ମହାଦେବ ଙ୍କ କୃପାରୁ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

* ଆଜିର ଦିନରେ ବିଷ୍ଣୁ ସହସ୍ର ନାମ ଜପ କରିବାର ଅନେକ ମହତ୍ୱ ରହିଛି l ଯଦି ପୂୂର୍ଣ୍ଣିମା ତିଥିରେ ବିଷ୍ଣୁ ସହସ୍ର ନାମ ପାଠ କରାଯାଏ ତେବେ ଘରର ଦରିଦ୍ରତା ନାଶ ହୋଇଥାଏ l ଏବଂ ଜୀବନ ସୁଖମୟ ହୋଇଥାଏ l

Leave A Reply