Odisha news

ଚାଣକ୍ୟ ନୀତି : ମଣିଷ ର ଭାଗ୍ୟ ବଳରେ ପ୍ରାପ୍ତ ହୋଇଥାଏ ଏହି ୫ ଟି ଜିନିଷ

0

ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ମଣିଷ କୁ କିଛିଟା ଜିନିଷ ଭାଗ୍ୟ ବଳରେ ମିଳିଥିବା ବେଳେ ଆଉ କିଛିଟା ଜିନିଷ ପରିଶ୍ରମ ବଳରେ ମିଳିଥାଏ l କିନ୍ତୁ ଏଭଳି କେତୋଟି ଜିନିଷ ଥାଏ ଯାହାକି କେବଳ ଭାଗ୍ୟ ବଳରେ ଲାଭ ହୋଇଥାଏ l ଚାଣକ୍ୟ ଙ୍କ ନୀତି ଅନୁସାରେ ଯେତେବେଳେ ଗୋଟିଏ ଶିଶୁ ମା ଗର୍ଭ ରେ ବଢିଥାଏ ସେତେବେଳେ ତାର ଭାଗ୍ୟରେ ୫ଟି ଜିନିଷ ନିର୍ଧାରିତ ହୋଇଥାଏ l

କଣ ସେହି ୫ଟି ଜିନିଷ –
– ଯେତେବେଳେ ଶିଶୁଟି ମା ଗର୍ଭରେ ଭୃଣ ଭାବରେ ବିକଶିତ ହୋଇଥାଏ ସେତେବେଳେ ତାର ଆୟୁଷ ଲେଖା ହୋଇଯାଏ l ସେଥିପାଇଁ କୁହାଯାଏ ଯେ ମଣିଷ ଯେତେ ଚେଷ୍ଟା କଲେ ନିଜର ଧନ ବୃଦ୍ଧି କିମ୍ବା ହ୍ରାସ କରିପାରିବ , କିନ୍ତୁ ଆୟୁ ବୃଦ୍ଧି କରିପାରିବ ନାହିଁ l

– ଚାଣକ୍ୟ ଙ୍କ ନୀତି ଅନୁସାରେ ମଣିଷ ଜୀବନ ରେ ଯେଉଁ କର୍ମ କରିଥାଏ, ତାହା ତାର ଭାଗ୍ୟରୁ ପୂର୍ବରୁ ସ୍ଥିର ହୋଇଥାଏ l ଏପରିକି ମଣିଷ ଧନଵାନ ହେବ ନା ଦରିଦ୍ର ହେବ ଏହା ତାର ଭାଗ୍ୟ ରୁ ପୂର୍ବରୁ ସ୍ଥିର ହୋଇ ସରିଥାଏ l ଅଧିକ ଆଶା କରି ପାପ କରିବା ଉଚିତ ନୁହେଁ l

– ଶିକ୍ଷା ମଧ୍ୟ ସେହିଭଳି ଗୋଟିଏ ଜିନିଷ ଯାହା ଭାଗ୍ୟରେ ଥିଲେ ଲାଭ ହୋଇଥାଏ l ମଣିଷ କେବଳ ନିଜର ଭାଗ୍ୟ ବଳରେ ପରିଶ୍ରମ କରି ଜ୍ଞାନ ର ଅଧିକାରୀ ହୋଇପାରି ଥାଏ l ଏହାଛଡା ଯେଉଁ ବ୍ୟକ୍ତି ଜ୍ଞାନ ର ସଦୁପଯୋଗ କରିଥାଏ ତା ନିକଟରେ ମା ସରସ୍ବତୀ ବାସ କରି ଥାଆନ୍ତି l

– ଚାଣକ୍ୟ ଙ୍କ ନୀତି ଅନୁସାରେ ଆମେ ଶତ ଚେଷ୍ଟା କଲେ ମଧ୍ୟ ଅନ୍ୟର ଜ୍ଞାନ ଓ ଶିକ୍ଷା କୁ ନେଇ ପରି ନଥାଉ , ସେହିଭଳି ଅନ୍ୟର ଧନକୁ ମଧ୍ୟ ପାଇବାର ଲୋଭ ରଖିବା ଉଚିତ ନୁହେଁ l

– ଜନ୍ମ ଅଛି ମାନେ ମୃତ୍ୟୁ ଅଛି, ତେଣୁ ମଣିଷ ର ସୁନିଶ୍ଚିତ ସେ ରାଜା ହେଉ କିମ୍ବା ଭିକାରି ହେଉ l ଚାଣକ୍ୟ ଙ୍କ ନୀତି ଅନୁସାରେ ମୃତ୍ୟୁ କୁ କଦାପି ଏଡାଇ ହେବନାହିଁ l କାହିଁକି ନା ଏହା ଚିର ସତ୍ୟ ଅଟେ l

Nalco
Leave A Reply