Odisha news

ଭି କେ ପାଣ୍ଡିଆନ : ପ୍ରଶାସକରୁ ରାଜନୀତିଜ୍ଞ

0
ଜଣେ ଦକ୍ଷ ପ୍ରଶାସକ , ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଥିବା ବ୍ୟକ୍ତି ଭି କେ ପାଣ୍ଡିଆନ ନିକଟତର ହୋଇଥିଲେ l ଓଡ଼ିଶାର ଜନସାଧାରଣ ଙ୍କ ପାଇଁ  ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ   ନବୀନ ପଟ୍ଟନାୟକ ଙ୍କ ଲୋକ ପ୍ରିୟତା ବଢାଇବାରେ ପାଣ୍ଡିଆନ ଙ୍କ ର ବଡ଼ ଯୋଗଦାବ ରହିଛି l ବିଭିନ୍ନ ବିଭାଗ କୁ 5 ଟି ସହିତ ଯୋଡି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କୁ  ସୁଚାର ରୂପେ ସମ୍ପାଦନ  କରି ଲୋକ ଙ୍କ ଜନମାନସ ରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ଭି . କାର୍ତ୍ତିକେୟ ପାଣ୍ଡିଆନ l
–  ଲକ୍ଷ୍ମୀ ବସ ଯୋଜନା
– ବିଭିନ୍ନ ମଠ ମନ୍ଦିର ର ଉନ୍ନତି କରଣ
– ମା ମାନଙ୍କ ପାଇଁ ମିଶନ ଶକ୍ତି ଯୋଜନା
ଓଡିଶା ରାଜନୀତି ର ଗୋଟିଏ ଜଣାଶୁଣା ବ୍ୟକ୍ତିତ୍ୱ ହେଲେ ଭି . କାର୍ତ୍ତିକେୟନ ପାଣ୍ଡିଆନ l  ଯିଏ କି ନବୀନ ପଟ୍ଟନାୟକ ଙ୍କ ସରକାର ର ଗୋଟିଏ ଜଣାଶୁଣା ନାଁ l ଓଡିଶା ର   ସହର ଠାରୁ ନେଇ ଗାଁ ଗହଳି ମଧ୍ୟରେ କେବଳ ଭି. କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଚର୍ଚ୍ଚା  ସୀମିତ ନୁହେଁ , ସମଗ୍ର ଦେଶର ରାଜନୀତି ରେ ମଧ୍ୟ ପାଣ୍ଡିଆନ ଙ୍କୁ ନେଇ ଚର୍ଚ୍ଚା ସବୁବେଳେ ରହିଥାଏ l
 ଇଏ ହେଉଛନ୍ତି ସେହି ଭି.କେ. ପାଣ୍ଡିଆନ ଯିଏ କି ୨୦୧୧ ରୁ ନବୀନ ପଟ୍ଟନାୟକ ସରକାର ର ଗୋଟିଏ ମୁଖ୍ୟ ଅଙ୍ଗ ହୋଇ ରହି ଆସିଛନ୍ତି l
ଜନ୍ମ ଓ ଶିକ୍ଷାଗତ ଯୋଗ୍ୟତା :-
ତାମିଲନାଡୁ ରେ ୧୯୭୪ ମଇ ମାସ ୨୯ ତାରିଖ ରେ ଜନ୍ମ  ହୋଇଥିଲେ  ଶ୍ରୀଯୁକ୍ତ ପାଣ୍ଡିଆନ ,  ନିଜର ପ୍ରାରମ୍ଭିକ ଶିକ୍ଷା ଗୋଟିଏ ପ୍ରାଇଭେଟ ସ୍କୁଲ ରୁ ଆରମ୍ଭ କରିଥିଲେ ଓ ସେ ତାମିଲନାଡୁ ର ନେବେଳୀ ର ସ୍ପୋର୍ଟ୍ସ ହଷ୍ଟେଲ ରେ ହାଇ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ l ଏହାପରେ କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ମଦୁରାଇ  ରୁ କୃଷିରେ ସ୍ନାତକ ସମ୍ପାଦନ କରିଥିଲେ l ଏବଂ ଏହାପରେ ପ୍ଲାଣ୍ଟ ଫିଯିଓଲୋଜି ରେ ଏମ ଏ ସି ର ଉପାଧି ଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ରୁ ଗ୍ରହଣ କରିଥିଲେ l ୨୦୦୦ ରେ ଭାରତୀୟ ପ୍ରଶାସନିକ ସେବା ପାସ କରିଥିଲେ l
କ୍ୟାରିଅର ର ଆରମ୍ଭ -:
ଶ୍ରୀ ଭି. କେ. ପାଣ୍ଡିଆନ ନିଜ କ୍ୟାରିଅରର  ଆରମ୍ଭ ଓଡିଶା ମାଟିରେ ୨୦୦୨ ରେ ଆରମ୍ଭ କରିଥିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ସବ – କଲେକ୍ଟର ଭାବରେ l ଏହାପରେ ୨୦୦୫ ରେ ମୟୁରଭଞ୍ଜ ଜିଲ୍ଲା ର କଲେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ l ୨୦୦୭ ରେ ସେ ଗଞ୍ଜାମ ଜିଲ୍ଲା ର ଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଥିଲେ l ଏହି ସମୟରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ହୋଇଥିଲେ , କାହିଁକି ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ କ୍ଷେତ୍ର ଗଞ୍ଜାମ ଜିଲ୍ଲା l ସେହି ସମୟରେ ସେ ମୁଖ୍ୟମନ୍ତ୍ରୀ ଙ୍କ ର ନିକଟତର ହୋଇ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ l୨୦୧୯ ରେ ଓଡିଶା କୁ ଗୋଟିଏ ନୁଆ ରୂପ ଦେବା ପାଇଁ ସରକାରୀ ବଭାଗ ରେ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଇ  5 ଟି ସଚିବ ଭାବରେ ନୁଆ କାର୍ଯ୍ୟ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସାଧାରଣ ଜନତା ଙ୍କର ନିକଟତର ହୋଇ ଥିଲେ l ବିଶ୍ୱ ଦରବାର ରେ ଭାରତର ଜାତୀୟ ଖେଳ ହକି କୁ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ଶ୍ରୀଯୁକ୍ତ ପାଣ୍ଡିଆନ ଙ୍କ ର ଗୋଟିଏ ଗୁରୁତ୍ୱପୂର୍ଣ ଭୂମିକା ରହିଛି l ଓଡ଼ିଶାରେ ହକି ବିଶ୍ୱ କପ ଅନୁଷ୍ଠିତ କରାଇ ଭାରତକୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରି ପାରିଥିଲେ l   ଓଡିଶା ରେ କାର୍ଯ୍ୟରତ ସମୟରେ ସେ IAS ସୁଜାତା କାର୍ତ୍ତିକେୟନ ଙ୍କୁ ବିବାହ କରିଥିଲେ l ବର୍ତମାନ ସୁଜାତା ମିଶନ ଶକ୍ତି ର ସଚିବ ଭାବେ କାର୍ଯ୍ୟ ରତ l
ଚଳିତ ବର୍ଷ ଅକ୍ଟୋବର ମାସ ୨୦ ତାରିଖ ରେ ସେବାରୁ ଅବ୍ୟାହତ ନେବା ପାଇଁ  ଗ୍ରୁହ ମନ୍ତ୍ରଣାଳୟ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ l ଏବଂ ଅକ୍ଟୋବର ୨୩ ତାରିଖ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇ ଥିଲା l
Nalco
Leave A Reply