କଣାସ,୦୯/୧୦/ :ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଦୟାବିହାର ନିକଟସ୍ଥ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଠାରେ ମାନସିକ ସ୍ଵାସ୍ଥ୍ୟ ସପ୍ତାହର ତୃତୀୟ ଦିବସ ଉପଲକ୍ଷେ ୪୬୦ ଜଣ ଉଭୟ ମହିଳା ଓ ପୁରୁଷ ଅନ୍ତେବାସୀ ମାନଙ୍କ ଦ୍ବାରା କ୍ରୀଡା ପ୍ରତିଯୋଗିତା ଏବଂ ମାନସିକ ସ୍ଵାସ୍ଥ୍ୟ କୁ ନିୟନ୍ତ୍ରଣ ପାଇଁ ଜ୍ଞାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମାନସିକ ଅସୁସ୍ଥ ପ୍ରକଳ୍ପର ତତ୍ତ୍ୱାବଧାରିକା ଜୟଶ୍ରୀ ସରାଫଙ୍କ ସଭାପତିତ୍ଵ ରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଆଡାଲ ଗ୍ରାମପଞ୍ଚାୟତ ସରପଞ୍ଚ ଧନେଶ୍ୱର ଲେଙ୍କା , ସମ୍ମାନିତ ଅତିଥି ଭାବରେ ଗଡିଶାଗଦା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶରତ ଜୟସିଂହ ଏବଂ ପି.ଏସ. କ୍ୟାରିୟର ଅନୁଷ୍ଠାନ ର ଶିକ୍ଷକ ସୁବାଶିଷ ପାହାନ୍ତସିଂହ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ତେବାସୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ମାନସିକ ଅସୁସ୍ଥ ବିଭାଗର ପ୍ରକଳ୍ପ ସଂଯୋଜକ କୃଷ୍ଣ ଚନ୍ଦ୍ର ନିଶଙ୍କ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ମାନସିକ ଅସୁସ୍ଥ ବିଭାଗର ପୁରୁଷ ଓ ମହିଳା ଅନ୍ତେବାସୀ ମାନେ ବିଭିନ୍ନ ପ୍ରତିଯୋଗୀତା ଭାଗ ନେଇଥିବା କୃତି ପ୍ରତିଭାଗିଙ୍କୁ ଅତିଥି ମାନଙ୍କ ଦ୍ୱାରା ଚୟନ କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୦ ଅକ୍ଟୋବର ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସରେ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯିବ।ଆଜିର ଉକ୍ତ କାର୍ଯ୍ୟକ୍ରମକୁ ପୁରୁଷ ବିଭାଗର ତତ୍ତ୍ୱାବଧାରକ ନିଗମାନନ୍ଦ ବାରିକଙ୍କ ସହିତ ସମସ୍ତ କ୍ଲିନିକାଲ ମନୋବିଜ୍ଞାନୀ , କାଉନ ସେଲର, ଟି. ସି. ଜି, କେୟାର ଟେକର ଙ୍କ ସମେତ ମେଡିକାଲ କର୍ମଚାରୀ ସମୂହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିଥିଲେ।