କଣାସ:୦୯/୧୦/(ସବ୍ୟୁ): ପୁରୀ ଜିଲ୍ଲା କଣାସ ବ୍ଲକ କ୍ଲଷ୍ଟର ସ୍ତରୀୟ ଓଡିଶା ସୁରଭି ଓ ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ୨୦୨୩ ଉଦ୍ଘାଟିତ ହୋଇଯାଇଛି ।ବ୍ଲକର ୧୭ଟି କ୍ଲଷ୍ଟରରେ ଗୋଟିଏ ଦିନରେ ଏହି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ସମସ୍ତ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭା କାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଦାତା ଗଣେଷଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ।ଚଳିତ ବର୍ଷ ସୁରଭି କାର୍ଯ୍ୟକ୍ରମରେ କୁଇଜ, ରଚନା, ଚିତ୍ରାଙ୍କନ, ଭାଷଣ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଦିବା ୧ଟା ୩୦ ମିନିଟ୍ ସମୟରେ ଖାଦ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୃତ୍ତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ସାଧନ କେନ୍ଦ୍ର ସଂଯୋଜକ ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।