କଣାସ :୦୮/୧୦/ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଦୟାବିହାର ନିକଟସ୍ଥ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଠାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ସପ୍ତାହ ଗତ ୭ତାରିଖ ଠାରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ଦ୍ଵିତୀୟ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ୪୬୦ରୁ ଊର୍ଦ୍ଧ୍ବ ମାନସିକ ଅନଗ୍ରସର ଶ୍ରେଣୀର ପୁରୁଷ ଓ ମହିଳା ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମାନସିକ ଅସୁସ୍ଥ ପ୍ରକଳ୍ପର ତତ୍ତ୍ୱାବଧାରିକା ଜୟଶ୍ରୀ ସରାଫଙ୍କ ସଭାପତିତ୍ଵରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କଣାସ ଗ୍ରାମପଞ୍ଚାୟତ ସରପଞ୍ଚ ଭଗବାନ ସୁବୁଦ୍ଧି ମାନସିକ ଅସୁସ୍ଥ ବ୍ୟକ୍ତି କେଉଁଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଅଭିଭାଷଣରେ ପ୍ରେରଣା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଶୁଭେଛୁ ବିକାଶ ଚନ୍ଦ୍ର ଦଳସିଂହ , ମାନସିକ ଅନଗ୍ରସର ବିଭାଗର ପ୍ରକଳ୍ପ ସଂଯୋଜକ କୃଷ୍ଣ ଚନ୍ଦ୍ର ନିଶଙ୍କ ଉପସ୍ଥିତ ରହି ମାନସିକ ସ୍ଵାସ୍ଥ୍ୟ ସପ୍ତାହର ମହତ୍ତ୍ଵ ଓ ସଚେତନତା ହେବା ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ନିଗମାନନ୍ଦ ବାରିକ, ତପନ ଦାସଙ୍କ ସହ କ୍ଲିନିକାଲ୍ ମନୋବିଜ୍ଞାନୀ , କାଉନସେଲର, ଟି. ସି. ଜି, କେୟାର ଟେକର ଙ୍କ ସମେତ ମେଡିକାଲ କର୍ମଚାରୀ ସମୂହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିଥିଲେ ।