ଆଠଗଡ ତା ୮-୧୦-୨୩ ରାଜ୍ୟରେ ବଢୁଥିବା ସାଇବର ଠକାମୀକୁ ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ତପ୍ତରତା ଦେଖିବାକୁ ମିଳିଛି। ଏନେଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାଜ୍ୟ ରେ ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ି ବଢ଼ି ଚାଲିଛି। ଏହା କେବଳ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଛନ୍ତି । ଅଶିକ୍ଷିତମାନେ ଦୂରର କଥା କିନ୍ତୁ ଶିକ୍ଷିତ ଯୁବ ପିଢ଼ିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ରାଜ୍ୟରେ ବଢ଼ୁଥିବା ସାଇବର ଠକାମିକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।, ଆଜି କଟକ ଜିଲ୍ଲା ଆଠଗଡ ଉପଖଣ୍ଡର ମୁଖ୍ୟାଳୟ ଆଠଗଡ ଜଗନ୍ନାଥ ମନ୍ଦିର ଠାରୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡାଙ୍କ ସମେତ ସାଇବର ସଚେତନତା ରଥ ପହଞ୍ଚି ଥିଲା, ପରେ ଆଠଗଡ ପୋଲିସ ପକ୍ଷରୁ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ, ସ୍କାଉଟ,ଏନସିସି ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସହ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଗଣ ଦୌଡ଼ ଜଗନ୍ନାଥ ମନ୍ଦିର ଠାରୁ ଗୋପବନ୍ଧୁ ବିଜ୍ଞାନ ମିହାବିଦ୍ୟାଳୟଠାରେ ଶେଷ ହୋଇଥିଲା। ଏହି ଗଣ ଦୌଡ଼କୁ କୃଷି ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଓ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।ପରେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ ମନ୍ତ୍ରୀ ସ୍ବାଇଁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ। କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ସାଇବର କ୍ରାଇମ ଅର୍ଥ ଠକେଇର ସମ୍ମୁଖିନ ହେଲେ ସଂଗେ ସଂଗେ 1930 ନମ୍ବରେ ଜଣାଇବେ ସେତେ ଶ୍ରୀଘ ସଫଳତା ମିଳିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମାଧ୍ୟମରେ ସାଇବର ଠକେଇରେ ଲୋକେ ଠକାମୀର ଶିକାର ରୁ କିଭଳି ସୁରକ୍ଷା ପାଇ ପାରିବେ ସେନେଇ ସଚେତନତା ସହ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଆଡ଼ିସୀନାଲ ଏସପି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଓ ଦେବଦତ୍ତ ବରାଳ, ଜିଲ୍ଲା ମୁଖ୍ୟାଳୟ ଡିଏସପି ଅଶ୍ୱିନୀ ସାହୁ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଆଠଗଡ଼ ଥାନା ର ସମସ୍ତ ପୋଲିସ କର୍ମଚାରୀ ଓ ଆଠଗଡ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ା ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଆଠଗଡ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।