Odisha news

ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ 

0
କାକଟପୁର 9/7 କାକଟପୁର ନିର୍ବାଚନ ମଣ୍ଡଳୀ ର   ବରିଷ୍ଠ କଂଗ୍ରେସ ନେତା ଜୟକୃଷ୍ଣ ବିଶ୍ୱାଳ (74) ଙ୍କର ହୃଦ ଘାତରେ ପରଲୋକ ହୋଇଯାଇଛି l ତାଙ୍କ ବାସଭଵନ କାହାଳ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଯୁବନେତା ବିଶ୍ଵଭୁଷଣ ଦାସ, ଅବଧୁତ ସ୍ୱାଇଁ, ନଳିନୀକାନ୍ତ ଦୀକ୍ଷିତ, କରୁଣାକର ସେନାପତି, ସେକ ଲିଆକତ, ଜଶୋବନ୍ତ ମହାନ୍ତି ପ୍ରମୁଖ  ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି  l ତାଙ୍କ ମୃତ୍ୟୁ ନିକଟରେ ଭାଇ ବୈକୁଣ୍ଠ, ଶଙ୍କର,ଭଉଣୀ ସୌଦାମିନୀ, ଶଶୀରେଖା, ରତ୍ନାକର, ବିଭୁତି ଭୁଷଣ, ଝିଅ ଲକି, ବାବୁ, ପୁତ୍ର ହିପୁ, ଜିତେନ୍ଦ୍ର,ପିକୁଲ, ଚିକୁ,ସାଇ, କାହ୍ନା, ଈଶା, ମାଉଁ ନାତି ନାତୁଣୀ, ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ l ତାଙ୍କର ପାର୍ଥୀବ ଶରୀର ଏକ ଶୋଭାଯାତ୍ରା ରେ ଗ୍ରାମ ପରୀକ୍ରମା କରାଯାଇ ସ୍ମସାନ ରେ ଦାହ କରାଯାଇଥିଲା l ପୁତ୍ର ହିପୁ ମୁଖାଗ୍ନି ଦେଇଥିଲେ l
Leave A Reply