Odisha news

କଲରାପତରିଆ ବାଘ ଛାଲ ଜବତ ୩ ଗିରଫ

0
ସିନାପାଲି, ୯। ୭ :  ନୂଆପଡା ଜିଲ୍ଳା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କୁରୁଲୁଭଟା ଗ୍ରାମ ନିକଟରେ ରବିବାର ରାତ୍ରି ୨ଘଣ୍ଟା ୪୫ ମିନିଟ ସମୟ ବେଲେ କଲରାପତରିଆ ବାଘ ଛାଲ ଡିଲ ଚାଲିଥିବା ବେଳେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବନ ବିଭାଗ କଲରାପତରିଆ ବାଘ ଛାଲ ଡିଲ୍ ହେଉଥିବା କୌଣସି ସୁତ୍ର ରୁ ଖବର ପାଇ ସୀମାନ୍ତ ରେ ଚଢାଉ କରିଥିଲା । ସେଠାରୁ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ ଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତଭାବେ ଏକ ଟିମ ଗଠନ କରି ଚଢାଉ କରାଯାଇଥିଲା।ଏହି ଚଢାଉ ବେଲେ ଏକ କଲରାପତରିଆ ବାଘ ଛାଲ ଜବତ କରିଥିବା ବେଲେ ୩ଜଣ ଙ୍କୁ ଗିରଫ କରାଯାଇଥିଲା। ୩ ଅଭିଯୁକ୍ତ ଙ୍କୁ ଗିରଫ ପରେ ସେମାନଙ୍କୁ ଅଧିକ ପଚରାଉଚରା କରି ମଙ୍ଗଲବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ଯକ୍ତି ହେଲେ ସିନାପାଲି ବ୍ଲକ ଅନ୍ତର୍ଗତ କୋଲିଆପାଥର ଗ୍ରାମର କିଶୋର ସାହାଣ୍ତ, କାନ୍ଦୁଲକୋନା ଗ୍ରାମର ଲକ୍ଷି ମାଝି ଓ ଖରତ ଛତ୍ରିଆ ବୋଲି ଜଣାପଡିଛି। ଏହି ଅଭିଯୁକ୍ତ ମାନଙ୍କୁ ଗିରଫ ପର ଏସିଏଫ ମହମ୍ମଦ ମୁସ୍ତାଫା ସାଲିହା ଅଧିକ ପଚରାଉଚରା କରିଥିବା ବେଲେ ମୁଖ୍ଯ ଅଭିଯୁକ୍ତ ଗିରଫ ହୋଇନଥିବା ପ୍ରକାଶ କରିଛନ୍ତି।ଏନେଇ ସିନାପାଲି ବନ ବିଭାଗ କେସ୍ ନମ୍ୱର ୧୨୪ ରେ ମାମଲା ରୁଜୁ କରି ବନ୍ୟପ୍ରାଣୀ ଅଧିନିୟମ ଅନୁସାରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ବେଲେ ଜମାନତ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢାଉ ରେ ସିନାପାଲି ବନାଞ୍ଚଳ ଅଧିକାରୀ ଜଗଦାନନ୍ଦ ମଙ୍ଗରାଜ,ଫରେଷ୍ଟର ରଞ୍ଜନ କୁମାର ସାହୁ, ତ୍ରିବିକ୍ରମ ନାଏକ, ଚୁଡ଼ାନାଥ ସରାଫ, ପୂର୍ଣ୍ଣଚନ୍ଦ୍ର ନାଏକ, ଖୁଲେଶ୍ୱରି ମାଝି ସମେତ ଅନ୍ଯାନ୍ଯ କର୍ମଚାରୀ ଓ ଛତିଶଗଡ଼ ଏସଟିଏଫ ଟିମ ସାମିଲ ଥିଲେ। ସୀମାନ୍ତ ରେ ସିନାପାଲି ବ୍ଲକ ଅବସ୍ଥିତ। ଏହି ଅଞ୍ଚଳ ରେ ବାରମ୍ବାର ବନ୍ୟ ପ୍ରାଣୀ ଶିକାରୀ ମାନେ ବନ୍ୟ ଜନ୍ତୁ ଶୀକାର କରି ବାହାର ରାଜ୍ୟକୁ ଚାଲାଣ କରୁଥିବା ନଜିର ରହିଛି। ସୀମାନ୍ତ ଅଞ୍ଚଳ ରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନ ବିଭାଗ କେବଳ ଦେହାବଶେଷ ଉଦ୍ଧାର କରୁଛି ହେଲେ ଜୀବ ଜନ୍ତୁ ସୁରକ୍ଷା ରେ ଫେଲ ମାରିଛି। ପ୍ରତି ବର୍ଷ ଏଭଳି ଘଟଣା ସାମ୍ନା କୁ ଆସୁଥିବା ବେଳେ ଜୀବ ଜନ୍ତୁ ଶୀକାର ପୂର୍ବରୁ କାର୍ଯାନୁଷ୍ଠାନ କରିବାର ଆବଶ୍ୟକତା ରହିଥିବା ପରିବେଶବିତ ଓ ପ୍ରାଣୀବିତ ମହଲ ରେ ଉଦବେଗ ପ୍ରକାଶ ପାଇଛି। ସିନାପାଲି ଅଞ୍ଚଳ ରେ ବିଭିନ୍ନ ବନ୍ୟ ପ୍ରାଣୀ ଜୀବ ଜନ୍ତୁ ମାନଙ୍କ ଦେହାବଶେଷ ଉଦ୍ଧାର ବେଳେ ସାମ୍ୱାଦିକ ମାନଙ୍କୁ ଅଣ ଦେଖା କରାଯିବ ସହ ଖଡିଆଳ କାର୍ଯ୍ୟାଳୟ ରେ ଡିଫଓ କହିବେ ବୋଲି କହିଥିଲେ। ଏଠାରେ ସିନାପାଲି ବ୍ଲକ ସାମ୍ୱାଦିକ ସଂଘ ଏହାର ନିନ୍ଦା କରିଛି। ସିନାପାଲି ବ୍ଲକ ଅଞ୍ଚଳ ରେ ଘଟଣା ଘଟୁଥିବା ବେଳେ ଖଡିଆଳ ଆସିବା ପାଇଁ ବନ ଖଣ୍ଡ ଅଧିକାରୀ କହିବା କେତେଦୂର ଉଚିତ ବୋଲି ସାମ୍ୱାଦିକ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି
Ad2
Leave A Reply