Odisha news

ବୁଗୁଡ଼ାରେ ରୋଡ ରୋମିଓଙ୍କ ପ୍ରାର୍ଦୁଭାବ ବୃଦ୍ଧି, ଟାର୍ଗେଟରେ ଟ୍ୟୁସନ ଛାତ୍ରୀ, ପୋଲିସର ଢିଲାପଣ , ଟେନସନରେ ଅଭିଭାବକ, ପ୍ରତିକାର ଦାବି

0
ବୁଗୁଡ଼ା : ତା ୦୯/୦୭/୨୪ : ସଂପ୍ରତି ବୁଗୁଡ଼ା ସହରର ବିଭିନ୍ନ ଛକ ଏବଂ ଆଖପାଖ ଗାଁ ରାସ୍ତାରେ ରୋମିଓଙ୍କ ପ୍ରାର୍ଦୁଭାବ ବୃଦ୍ଧି ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି ରୋଡ ରୋମିଙ୍କ ଟାର୍ଗଟରେ ନାବାଳିକା ଟ୍ୟୁସନ ଛାତ୍ରୀ ରହିଥ‌ିବା ବେଳେ ଏ ନେଇ ଅଭିଭାବକଙ୍କୁ ଚିନ୍ତା ଘାରିଥିବା ଜଣାଯାଇଛି । ଏହି ରୋଡ୍ ରୋମିଓମାନେ ସକାଳେ ଓ ସନ୍ଧ୍ୟାରେ ଦୁଇ ବେଳା ଟିଉସନକୁ ଆସୁଥ‌ିବା ଏବଂ ଫେରୁଥିବା ବେଳେ ବୁଗୁଡ଼ାର ପଞ୍ଚାପାତ୍ର ଗଳିଛକ, ଜିଇଓ ଅଫିସ୍ ଗଳି ଏବଂ ବ୍ଲକ ଛକ ଆଖପାଖରେ ଆଡା ଜମାଇ ଛାତ୍ରୀଙ୍କୁ କମେଣ୍ଟ କରୁଛନ୍ତି । ଏଥି ସହ ବାଇକ୍ ଖଣ୍ଡିଏଲେଖାଏଁ ଧରି ଛାତ୍ରୀମାନଙ୍କ ପିଛା କରିବା ସାଙ୍ଗକୁ ଦ୍ରୁତ ଗତିରେ ଓଭର୍‌ ଟେକ୍ କରି ରୋମିଓଗିରି ଦେଖାଉଛନ୍ତି । ତେବେ ଲୋକଲଜ୍ଜା ଭୟରେ ଛାତ୍ରୀମାନେ ଏହି କଥା ନିଜ ନିଜର ପରିବାରବର୍ଗଙ୍କୁ କହୁଥିଲେ ହେଁ ପୋଲିସରେ ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ପୂର୍ବରୁ ପୋଲିସ ଏହି ରୋଡ୍ ରୋମିଓମାନଙ୍କ ଦୌରାତ୍ମ୍ୟ ପ୍ରତି ଲଗାମ ଲଗାଇ ପ୍ରଶଂସା ପାଇଥ‌ିବା ବେଳେ ଏବେ ପୁରା ଢିଲା କରି ଦେବାରୁ ପୁଣି ସେମାନଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ଏଣୁ,ଏହି ରୋମିଓମାନଙ୍କୁ ସାବାଡ କରିବା ପାଇଁ ପୋଲିସ କଡା ପଦକ୍ଷେପ କରିବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ପାଇଛି ।
Leave A Reply