ଚଣ୍ଡିଖୋଲ ଛକର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବି ପରେ ବିଧାୟକଙ୍କ ଉଚ୍ଚସ୍ତରୀୟ ବୈଠକ
ବଦଳିବ ଚଣ୍ଡିଖୋଲ ବଜାର ଅଞ୍ଚଳର ରୂପରେଖ
ଚଣ୍ଡିଖୋଲ : ଭୌଗଳିକ ଦୃଷ୍ଟି କୋଣରୁ ଦେଶର ଏକ ପରିଚିତ ଜଙ୍କସନ ଭାବେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଓ ତତ୍ ସଲଗ୍ନ ବଜାର ଅଞ୍ଚଳ ମାନ୍ୟତା ପାଇଛି! ଭାରତ ବର୍ଷର ଯେ କୌଣସି କୋଣକୁ ଯାଇ ପରିତୟ ଦେଲେ ଅଳ୍ପ ବହୁତେ ଚଣ୍ଡିଖୋଲର ଅବସ୍ଥିତି ସମ୍ପର୍କରେ ସମସ୍ତେ କହିପାରିବେ ଓ ଜାଣିପାରିବେ! ହେଲେ ପରିତାପର ବିଷୟ ସବୁଠାରେ ଏପରି ଗୁରୁତ୍ୱ ବହନ କରୁଥିବା ଏହି ଚଣ୍ଡିଖୋଲର ସ୍ତିତି ଓ ପରିବେଶ ଏବେ ବିପର୍ଯ୍ୟସ୍ତ ହୋଇପଡିଛି ! ଏଠାର ସାମୂହିକ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପ୍ରତି କାହାରି ଦୃଷ୍ଟି ନଥିବାରୁ ଏବେ ଏହି ସ୍ଥାନ ପୁତିଗନ୍ଧମୟ ପରିବେଶ ମଧ୍ୟରେ ରହିଛି! ଏଠାରେ ଜଳ ଯୋଗାଣ ଓ ଉଦବୃତ ଜଳ ନିଷ୍କାସନ ସମେତ ଟ୍ରାଫିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି! ଯାହାକୁ ନେଇ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ରପ୍ରତିକ୍ରିୟା ଦେଖାଦେଇଛି! ବିଗତ ସରକାର ସମୟରେ ଚଣ୍ଡିଖୋଲର ଅପନ୍ତରା ସ୍ତିତିକୁ ସୁଧାରିବା ପାଇଁ ଅନେକ ଆନ୍ଦୋଳନ ଓ ଦାବି ହୋଇଥିଲେ ମଧ୍ୟ ଏହି ଲୋକ ସମସ୍ୟାକୁ ଅଣଦେଖା କରାଯାଇଛି! ଏବେ ରାଜ୍ୟରେ ସରକାର ବଦଳିବା ପରେ ଚଣ୍ଡିଖୋଲର ପୂର୍ବ ସ୍ତିତି ସୁଧୁରିବ ସହ ଏକ ବିକଶିତ ଚଣ୍ଡିଖୋଲ ଗଢିଉଠିବ ବୋଲି ଲୋକେ ଆଶା କରିଛନ୍ତି! ଏହି ଛକଟି ୧୬ ଓ ୫୩ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳ ଅଟେ ! ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଛକରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହେବା ସହିତ ବ୍ୟବସାୟୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ! ଏହି ସ୍ତାନଟି ବିଶ୍ୱ ପ୍ରଶିଦ୍ଧ ବୌଦ୍ଧ ହୀରକ ତ୍ରିଭୂଜ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ସମେତ ଅନେକ ପ୍ରଶିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଯିବାର ପ୍ରବେଶପଥ ହୋଇଥିଲା ବେଳେ ଏସିଆ ମହାଦେଶର ଶିଳ୍ପ ହବ କଳିଙ୍ଗନଗର ଓ ପାରାଦୀପ ବନ୍ଦରରକୁ ସଂଯୋଗ କରିଛି!ଛକର ଗୁରୁତ୍ୱ ଥିବାରୁ ଏଠାରେ ହଜାରରୁ ଅଧିକ ବ୍ୟବସାୟକ ପ୍ରତିଷ୍ଠାନ ରହିଛି! ହେଲେ ସମଗ୍ର ବଜାର ଅଞ୍ଚଳ ଅସଜଡା ଓ ଅପନ୍ତରା ହୋଇ ରହିବା ସହ ଶୃଙ୍ଖଳିତ ପରିଚାଳନାର ଘୋର ଅଭାବ ପରିଲକ୍ଷିତ ହେଉଛି! ଏହି ସ୍ଥାନର ବେସ ଗୁରୁତ୍ୱ ରହିଥିବାରୁ ଏହା ବିକଶିତ ହେବାର ପ୍ରସଙ୍ଗିକତା ମଧ୍ୟ ରହିଛି! ହେଲେ ସେଥିପ୍ରତି ସରକାରୀ ବା ପ୍ରଶାସନିକ ସ୍ତରରେ ଗୁରୁତ୍ୱ ନଥିବା ଦେଖାଯାଉଛି! ଏହିବଜର ଅଞ୍ଚଳ ପରିସୀମା ମଧ୍ୟରେ କୋର୍ଟ, ଟ୍ରାଫିକ ଥାନା, ଆଞ୍ଚଳିକ ଅଡିଟି କାର୍ଯ୍ୟାଳୟ,ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ,ପାନୀୟ ଜଳ ଵିଭାଗ,ଜଳ ସେଚନ ବିଭାଗ କାର୍ଯ୍ୟାଳୟ,ଜୀବନବୀମା କାର୍ଯ୍ୟାଳୟ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ୯ଟି ଜାତୀୟ କରଣ ବ୍ୟାଙ୍କ ସହ ଅନେକ ବେସରକାରୀ ଓ କମ୍ପାନୀ କାର୍ଯ୍ୟାଳୟ ରହିଛି ! ଏଠାରେ ଥିବା ପରିବା ମାର୍କେଟ,ବସଷ୍ଟାଣ୍ଡ, ମାଛ ଓ ମାଂସ ମାର୍କେଟ ଅତି ଆବର୍ଜନା ମୟ ହୋଇଥିଲାବେଳେ ବଜର ମଝିରେ ପ୍ରାକ୍ତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବ୍ୟୟରେ ନିର୍ମିତ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ତଳ ପୂତି କନ୍ଧମୟ ପରିବେଶରେ ଅଚଳ ହୋଇ ପଡିରହିଛି! ଯାହା ସମଗ୍ର ଅଞ୍ଚଳର ଗରିମାକୁ ନିମ୍ନକୁ କରୁଛି! ବିଶେଷକରି ବଜାର ମଝି ଓ ବଜାର ଚାରିପଟରେ ଜାତୀୟ ରାଜପଥ ଓ ରାଜ୍ୟ ସରକାରଙ୍କ ଅଧିନସ୍ଥ ପର୍ଯ୍ୟପ୍ତ ସ୍ଥାନ ରହିଛି! ଯାହାକୁ ବ୍ୟବହାର କରି ଚଣ୍ଡିଖୋଲକୁ ଏକ ପୂର୍ଣ୍ଣ ବିକଶିତ ଓ ସୌନ୍ଦର୍ଯ୍ୟରେ ଭରପୁର ବଜାର ଭାବେ ଗଢି ତୋଳିହେବ! କିନ୍ତୁ ସେଥିପ୍ରତି କାହାରି ଆନ୍ତରିକତା ନଥିବା ଆଲୋଚନା ହେଉଛି! ଏଥିନେଇ ବାରମ୍ବାର ଜାତୀୟ ରାଜପଥ କତୃପଖ୍ୟ,ରାଜ୍ୟ ସରକାରଙ୍କ ଓ ଯାଜପୁର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି! ଅନେକବାର ଉଚ୍ଚସ୍ତରୀୟ କମିଟି କ୍ଷେତ୍ର ପରିଦର୍ଶନ କରି ସେମାନଙ୍କ ରିପୋର୍ଟ ଦେଇଛନ୍ତି ହେଲେ ତାହା କାର୍ଯ୍ୟକାରୀ ହୋଇନାହିଁ! ଯେଉଁଥି ପଇଁ ସାଧାରଣରେ ଅସନ୍ତୋଷ ଲାଗିରହିଛି! ଅଞ୍ଚଳବାସୀଙ୍କ ଭାବାବେଗକୁ ନଜରରେ ରଖୀ ନିର୍ବାଚନ ପୂର୍ବରୁ ଏଠାର ବିଜେପି ପ୍ରାର୍ଥୀ ମଧ୍ୟ ତାଙ୍କ ପ୍ରଚାରରେ ଚଣ୍ଡିଖୋଲର ବିକାଶକୁ ପ୍ରସଙ୍ଗ କରିଥିଲେ!ସୌଭାଗ୍ୟର କଥା ନିର୍ବାଚନରେ ଏଠାର ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି! ଏପରି ସ୍ତିତିରେ ଏବେ କେନ୍ଦ୍ର ଓ ରାଜ୍ୟରେ ମଧ୍ୟ ଗୋଟିଏ ଦଳ ବିଜେପିର ସରକାର ଚାଲିଥିବାରୁ ସ୍ଥାନୀୟ ବିଧାୟକ ଚଣ୍ଡିଖୋଲର ବିକାଶ ପାଇଁ ଏବେଠୁ ଧ୍ୟାନଦେଲେ ସଫଳ ହୋଇ ପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି! ସାଧାରଣରେ ଏବେ ଏହି ଆଲୋଚନା ଓ ଦାବି ପରେ ବଡଚଣା ବିଧାୟକ ଅମରକୁମାର ନାୟକ ରବିବାର ଦିନ ଚଣ୍ଡିଖୋଲ ଡାକବଙ୍ଗଳାରେ ଏହି ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜଣାପଡିଛି! ଏଥିରେ ଯାଜପୁର ଜିଲ୍ଲାପାଳ,ଏସପି,ଜାତୀୟ ରାଜପଥ ପ୍ରାଧୀକରଣର ଅଧିକାରୀଙ୍କ ସହ ପୂର୍ତ୍ତ, ଗ୍ରାମ ଉନ୍ନୟନ ଓ ଅନ୍ୟ ସମସ୍ତ ସହଯୋଗି ବିଭାଗର ଅଧିକାରୀମାନେ ଯୋଗଦେଇଥିବା ଜଣାପଡିଛି!ଯାହାକୁ ନେଇ ଏବେ ଚଣ୍ଡିଖୋଲର ସାମଗ୍ରୀକ ବିକାଶ କାର୍ଯ୍ୟ ହେବାନେଇ ଆଶା ସଂଚାର ହୋଇଛି!
