କାକଟପୁର 17/10 ଦିଲ୍ଲୀର କର୍ତ୍ତବ୍ୟ ପଥରେ ଅମୃତ ବଟିବା ନିର୍ମାଣ ନିମିତ୍ତ ଦେଶ ବ୍ୟାପି ଚାଲିଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ ମୂର୍ତ୍ତିକା ସଂଘ୍ରହ କାର୍ଯ୍ୟକ୍ରମ କାକଟପୁର ବ୍ଲକ ସ୍ତରୀୟ ସମାପନ ସମାବେଶ ସ୍ଥାନୀୟ ବିଶ୍ଵାମିତ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l କାକଟପୁର ବ୍ଲକର ତିନିଟି ଜୋନ ଅନ୍ତର୍ଗତ ସମସ୍ତ ପଂଚାୟତରୁ ସଂଗୃହିତ ମୂର୍ତ୍ତିକା ଏକତ୍ର କରାଯାଇ ବିଜେପି ବର୍ତର ସମ୍ପାଦକ ପ୍ରଫେସର ପୁର୍ଣ ଚନ୍ଦ୍ର ମଲ୍ଲିକ ଙ୍କୁ ଅର୍ପଣ କରାଯାଇଥିଲା l ଏହି ମୂର୍ତ୍ତିକା ରାଜ୍ୟ ସ୍ତରରେ ଏକତ୍ରିତ ହୋଇ ପଠାଯିବ l ବିଜେପି ଲତାହାରଣ ମଣ୍ଡଳ ସଭାପତି ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାପନ ସମାବେଶରେ ମୁଖ୍ୟବକ୍ତା ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଙ୍କ ସରଗର୍ଭକ ଅଭିଭାଷଣ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ଅନ୍ୟ ମାନଙ୍କ ମଧ୍ୟ୍ୟରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀଜିଲ୍ଲା ବିଜେପି ଉପସଭାପତି ରତିକାନ୍ତ ବେହେରା, କାକଟପୁର ବିଧାନସଭା ପ୍ରଭାରୀ ପୂର୍ଣ୍ଣ ଚନ୍ଦ୍ର ଓଝା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଲଳିତ କୁମାର ରଥ ଓ ମଙ୍ଗଳ ପ୍ରସାଦ ସାମନ୍ତରାୟ, ବିଧାନସଭା ସଂଯୋଜକ ସୁଦର୍ଶନ ସ୍ୱାଇଁ, କାକଟପୁର ମଣ୍ଡଳ ସଭାପତି ଉପେନ୍ଦ୍ର ସୁବୁଦ୍ଧି, ବାଲିଦୋକାନ ମଣ୍ଡଳ ସଭାପତି ନଟବର ସ୍ୱାଇଁ, ନୂଆଗଡ ମଣ୍ଡଳ ସଭାପତି ଗୋଲକ ପ୍ରଧାନ, ନୟାହାଟ ମଣ୍ଡଳ ସଭାପତି ଦୀନକୃଷ୍ଣ ମହାନ୍ତି, ନିର୍ବାଚନ ମଣ୍ଡଳୀ ବିସ୍ତାରକ ଗୋପୀନାଥ ଭୂଇଁଆ ପ୍ରମୁଖ ମୋ ମାଟି ମୋ ଦେଶ ଉପରେ ଅଭିଭାଷଣ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ମିଶ୍ର ନାଗେଶ୍ୱର ରାଉତ, କଣ୍ଡୁରୀ ବିଶ୍ୱାଳ, ଦୁଷ୍ମନ୍ତ ମଲ୍ଲ, ହରିହର ସେଠି, ଶୈଳେନ୍ୟ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ସମସ୍ତ ମଣ୍ଡଳ ର କାର୍ଯ୍ୟକାରିଣୀ ସଦସ୍ୟ ସମସ୍ତ ପଂଚାୟତର ତ୍ରିଦେବ ସମେତ ବୁଥ ସ୍ତରୀୟ କାର୍ଯ୍ୟକର୍ତା ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ l