Odisha news

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ପାର୍ବଣ ଋତୁରେ ଉପହାର

0
ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା  ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ | ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ |
ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା – ଟାଟାନଗର- ରାଉରକେଲା (ସପ୍ତାହରେ 06 ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ 06 ଦିନ) ଚଳାଚଳ କରିବ | ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ | ଏବେ  ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ ସେକ୍ସନ ରେ ମେଲ / ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ | ଏହା ଖୁବ ଶୀଘ୍ର ପ୍ରଚଳନ କରାଯିବ l
 *ଶାଲିମାର-ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ |*
ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11ଘ.05ମି.ରେ ଶାଲିମାର ଛାଡିବ ଏବଂ ପରଦିନ ଭୋର 05ଘ.40ମି.ରେ ବାଦାମପାହାଡ଼ରେ ପହଞ୍ଚିବ | ଫେରିବା ମାର୍ଗରେ ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ଦିନ ରାତ୍ରି 09ଘ.30ମି.ରେ ବାଦାମପାହାଡ଼ ଛାଡିବ ଏବଂ ପରଦିନ ଭୋର 05 ଘଟୀକାରେ ଶାଲିମାରରେ ପହଞ୍ଚିବ |
ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଶାଲିମାର ଏବଂ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡ଼ଗ୍ପୁର, ଝାରଗ୍ରାମ, ଘଟଶିଳା, ଆସାନବୋନି, ଟାଟାନଗର, ବାହାଲଦା ରୋଡ୍, ଅଁଳାଜୋରୀ ଏବଂ ରାଇରଙ୍ଗପୁର ଷ୍ଟେସନ ଠାରେ ରହଣି କରିବ |
 *ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ |*
 ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ଦିନ ସକାଳ 06ଘ.10ମି.ରେ  ବାଦାମପାହାଡ଼ ଛାଡି ସେହି ଦିନ ପୂର୍ବାହ୍ନ 11ଘ.40ମି.ରେ ରାଉରକେଲାରେ ପହଞ୍ଚିବ | ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ପ୍ରତି ରବିବାର ଦିନ ଅପରାହ୍ନ 02ଘ.20ମି.ରେ ରାଉରକେଲା ଛାଡି ସନ୍ଧ୍ୟା 07ଘ.25ମି.ରେ ବାଦାମପାହାଡ଼ରେ ପହଞ୍ଚିବ |
ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାଦାମପାହାଡ଼ ଓ ରାଉରକେଲା ମଧ୍ୟରେ ରାଇରଙ୍ଗପୁର, ଅଁଳାଜୋରୀ, ବାହାଲଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଏବଂ ମନୋହରପୁରରେ ଷ୍ଟେସନ ଠାରେ ରହଣି କରିବ |
*ରାଉରକେଲା- ଟାଟାନଗର-ରାଉରକେଲା ଏକ୍ସପ୍ରେସ (ସପ୍ତାହରେ 6 ଦିନ)*
ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର 04ଘ.50ମି.ରେ ରାଉରକେଲା ଛାଡିବ ଏବଂ ସେହି ଦିନ ପୂର୍ବାହ୍ନ 09ଘ.15ମି.ରେ ଟାଟାନାଗର ଠାରେ ପହଞ୍ଚିବ | ଫେରିବା ମାର୍ଗରେ, ଟାଟାନଗର – ରାଉରକେଲା ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 03ଘ.25ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ସନ୍ଧ୍ୟା 07ଘ.35ମି.ରେ ରାଉରକେଲାରେ ପହଞ୍ଚିବ |
ଏହି ଟ୍ରେନ ରାଉରକେଲା ଏବଂ ଟାଟାନଗର ମଧ୍ୟରେ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଏବଂ ଆଦିତ୍ୟପୁର ଷ୍ଟେସନ ମାନଙ୍କରେ ରହଣି କରିବ |
 *ଟାଟାନଗର-ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ (ସପ୍ତାହରେ 6 ଦିନ)*
ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ 09ଘ.55ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ବାଦାମପାହାଡ଼ରେ ଅପରାହ୍ନ 12ଘ.15ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ବାଦାମପାହାଡ଼ – ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 12ଘ.45ମି.ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ 15ଘ.20ମି.ରେ ଟାଟାନଗରରେ ପହଞ୍ଚିବ |
ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଟାଟାନଗର ଏବଂ ବାଦାମପାହାଡ଼ ମଧ୍ୟରେ ହଲୁଦପୁକୁର, ଅଁଳାଜୋରୀ, ରାଇରଙ୍ଗପୁର, କୁଲଡିହା ଏବଂ ଛାନଭା ଷ୍ଟେସନ ମାନଙ୍କରେ ରହଣି କରିବ |

Leave A Reply