କାକଟପୁର 24/4 ସମ୍ବଲପୁରେ ରାମନବମୀ ଶୋଭାଯାତ୍ରା ରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ହତ୍ୟା ଓ ଆକ୍ରମଣ ପ୍ରତିବାଦରେ କାକଟପୁର ବ୍ଲକ ର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ କାକଟପୁର ବ୍ଲକ ଆଗରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ମିହିର ରଞ୍ଜନ ଦୀକ୍ଷିତ (ମଣ୍ଟୁ ଭାଇ) ଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଯୁବନେତା ରତିକାନ୍ତ ବେହେରା, ସରୋଜ ମିଶ୍ର, ରାକେଶ ଦଳାଇ, ଲଳିତ ରଥ, ଉପେନ୍ଦ୍ର ସୁବୁଦ୍ଧି, କାବୁଲା ବିଶ୍ୱାଳ, ପପୁ ମଲ୍ଲିକ,ସୁବ୍ରତ ପଢ଼ିଆରୀ, ଶ୍ରୀଧର ସ୍ୱାଇଁ, ନଟ ଭାଇ ପ୍ରମୁଖ ଶତାଧିକ ଵଜରଙ୍ଗ ପ୍ରେମୀ ଏକାଠି ହୋଇ ସ୍ଥାନୀୟ ବିଶ୍ଵାମିତ୍ର ଆଶ୍ରମ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ବିଭିନ୍ନ ନାରା ଦେଇ ବ୍ଲକ ରେ ପହଁଚି ଥିଲେ l ତୁରନ୍ତ ହତ୍ୟା କାରୀ ଙ୍କ ବିରୋଧରେ ଦୁଷ୍ଟାନ୍ତ ମୂଳକ ଦୃଢ଼ ପଦକ୍ଷେପ ନେବା ପାଇଁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ କାକଟପୁର ବ୍ଲକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଯଦି ଖୁବ ଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦିଆ ନଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ଦୀକ୍ଷିତ ପ୍ରକାଶ କରିଛନ୍ତି l