Odisha news

ଆର୍ଥିକ ବର୍ଷ-୨୦ ରେ ଉତ୍ପାଦନ ଏବଂ ବିକ୍ରୟରେ ଜେଏସ୍‌ପିଏଲ୍‌ର ନୂତନ ମାଇଲଖୁଣ୍ଟ

0

ନୂଆ ଦିଲ୍ଲୀ / ଭୂବନେଶ୍ୱର, ଅପ୍ରେଲ ୦୩, ୨୦୨୦ : ଆର୍ଥିକ ବର୍ଷ ୨୦୨୦ରେ ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ତାର ଘରୋଇ ତଥା ବିଦେଶରେ ଥିବା କାରଖାନାରେ ସର୍ବାଧିକ ଇସ୍ପାତ ଉତ୍ପାଦନ ଏବଂ ବିକ୍ରୟ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି ।ଓଡିଶାର ଅନୁଗୁଳ, ଛତିଶଗଡର ରାୟଗଡ ଏବଂ ଓମାନ୍‌ରେ ଥିବା ଇସ୍ପାତ କାରଖାନା ଗୁଡିକରେ ଏ ପର୍ଯ୍ୟନ୍ତ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବା ସହିତ, ଇସ୍ପାତ ଓ ସମ୍ବନ୍ଧିତ ଉତ୍ପାଦର ବିକ୍ରୟରେ ଜେଏସ୍‌ପିଏଲ୍ ନୂତନ କିର୍ତ୍ତିମାନ ସ୍ଥାପନ କରିଛି ।ଦେଶରେ ଥିବା ତାର କାରଖାନା ଗୁଡିକରେ ଜେଏସ୍‌ପିଏଲ୍ ସୁପରିଚାଳନା ମାଧ୍ୟମରେ ଉତ୍ପାଦନ କ୍ଷମତା ବୃଦ୍ଧି କରି ଗତବର୍ଷ ତୁଳନାରେ ୧୩ ପ୍ରତିଶତ (୬୩ ଲକ୍ଷ ଟନ୍‌) ଅଧିକ ଇସ୍ପାତ ଉତ୍ପାଦନ କରିବା ସହିତ, ୧୨ ପ୍ରତିଶତ (୬୦ ଲକ୍ଷ ଟନ୍‌) ଅଧିକ ଇସ୍ପାତ ବିକ୍ରୟ କରିଛି ।
ଆର୍ଥିକ ବର୍ଷ ୨୦୧୯-୨୦ରେ ଜେଏସ୍‌ପିଏଲ୍ ଗ୍ରୁପ  ୮୨ ଲକ୍ଷ ଟନ୍ ଅଧିକ ଇସ୍ପାତ ଓ ସମ୍ବନ୍ଧିତ ଉତ୍ପାଦର ଉତ୍ପାଦନ କରି ଉତ୍ପାଦନରେ ୧୨ ପ୍ରତିଶତ ବୃଦ୍ଧି ହାସଲ କରିଛି । ସେହିପରି ଏହି ଆର୍ଥିକ ବର୍ଷରେ ୮୦ ଲକ୍ଷ ଟନ୍ ଅଧିକ ଇସ୍ପାତ ଓ ସମ୍ବନ୍ଧିତ ଉତ୍ପାଦର ବିକ୍ରି କରି ବିକ୍ରୟରେ ୧୦ ପ୍ରତିଶତ ବୃଦ୍ଧି ହାସଲ କରିଛି ।

ଜେଏସ୍‌ପିଏଲ୍ ରେଳଲାଇନ୍ ନିର୍ମାଣ କରୁଥିବା ଭାରତର ଏକମାତ୍ର ଘରେଇ କମ୍ପାନୀ ।  ହେଡ୍ ହାର୍ଡେନ୍‌ଡ ରେଳ (୧୦୮୦ ଏଚଏଚ ଗ୍ରେଡ୍‌) ଯୋଗାଣ ପାଇଁ ଜେଏସ୍‌ପିଏଲ୍ ଦ୍ୱାରା ପରିଚାଳିତ ରେଳଲାଇନ୍ ନିର୍ମାଣ କାରଖାନାକୁ ରିସର୍ଚ ଡିଜାଇନ୍ସ ଏଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅର୍ଗାନାଇଜେସନ (ଆରଡିଏସଓ)ର ଅନୁମତି ମିଳିଛି । ଆର୍ଥିକ ବର୍ଷ ୨୦ରେ ଏହି ରେଳଲାଇନ୍ ନିର୍ମାଣ କାରଖାନା ରେକର୍ଡ ପରିମାଣର ୫.୭ ଲକ୍ଷ ଟନ୍ ରେଳଲାଇନ୍ ଉତ୍ପାଦନ କରିଛି ।
ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ଭି.ଆର. ଶର୍ମା କମ୍ପାନୀର କର୍ମଚାରୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।  ସେ କହିଛନ୍ତି ଯେ, ଏହା ନଶ୍ଚିନ୍ତଭାବରେ ଏକ ବଡ ଉପଲବ୍ଧି ।  ଓଡିଶାର ଅନୁଗୁଳରେ ନୂତନଭାବରେ ପ୍ରତିଷ୍ଠିତ ଇସ୍ପାତ କାରଖାନରେ  ବାର୍ଷିକ ୩ ନିୟୁତ ଟନ୍ ଉତ୍ପାଦନ ଆମର ସ୍ୱପ୍ନ ଥିଲା, ଯାହା ଆର୍ଥିକ ବର୍ଷ ୨୦୨୦ରେ ସାକାର ହୋଇଛି ।  ଏହି ସଂଖ୍ୟା ଆମରେ ରାୟଗଡରେ ପୂର୍ବରୁ ଦୁଇଥର ହାସଲ କରିସାରିଛୁ । ଅନୁଗୁଳରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ନେସ ପ୍ରତିଦିନ ୧୦୦୦୦ ଟନ୍‌ରୁ ଅଧିକ ହଟ୍ ମେଟାଲ ଉତ୍ପାଦନ କରିବା ସହିତ ଅନୁଗୁଳରେ ଥିବା ବିଶ୍ୱର ଏକମାତ୍ର ସିନ୍‌ଗ୍ୟାସ୍ ଆଧାରିତ ଡି.ଆର୍‌.ଆଇ. କାରଖାନା ଭଲ ଭାବରେ ଚାଲିଛି, ଯାହାକି ଆମକୁ ଆଗାମୀ ଦିନରେ ନୂତନ ରେକର୍ଡ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ।
ଶ୍ରୀ ଶର୍ମା ଆହୁରି ମଧ୍ୟ କହିଥିଲେ ଯେ, ଓମାନ୍ ସ୍ଥିତ ଜିନ୍ଦଲ ଶଦିଦ୍ ଇସ୍ପାତ କାରଖାନା ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛି । ଏହି କାରଖାନାର ଇଲେକ୍ଟ୍ରିକ୍ ଆର୍କ ଫର୍ନେସ ଗୋଟିଏ ମାସରେ ୨,୦୨,୧୧୦ ଟନ୍ ଇସ୍ପାତ ଉତ୍ପାଦନ କରିଛି, ଯାହା କି ଏହି ପରି ଏକ ଇସ୍ପାତ କାରଖାନା ପାଇଁ ଏକ ରେକର୍ଡ । ନୂଆ ଆର୍ଥିକ ବର୍ଷରେ ଜେଏସ୍‌ପିଏଲ୍ ଆହୁରି ବହୁତ କିଛି କରିବା ପାଇଁ ଲକ୍ଷ ରଖିଛି । 

Leave A Reply