କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ସାମାଜିକ ସଂକ୍ରମଣକୁ ରୋକିବା ତଥା ପଞ୍ଚମ ଏବଂ ଷଷ୍ଠ କୋଭିଡ୍ ପଜିଟିଭ୍ଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନ ଙ୍କ ଚହି ୍ନଟ ପାଇଁ ଓ ପରୀକ୍ଷଣକୁ ଦ୍ରୁତ କରିବା ପାଇଁ ରାଜ୍ୟ ସରକାର ଭୁବ ନେ ଶର୍ୱ ମହାନଗର ନିଗମ, କଟକ ମହାନଗର ନିଗମ ଏବଂ ଭଦ୍ରକ ପୌରାଞ୍ଚଳକୁ ଆଜି ରାତି ୮ଟା ଠାରୁ ରବିବାର ରାତି (୦୫/୦୪/୨୦୨୦) ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ସଂପୂର୍ଣ୍ଣ ବନ୍ଦ ବା ସଟ୍ ଡାଉନ୍ ପାଇଁ ଆଦେ ଶ ଜାରି କରିଛନ୍ତିା ଏହି ସମୟରେ ଲ କ୍ ଡାଉନ୍ ସମୟର କ ଟକ ଣାଠାରୁ କ ଠୋର କ ଟକ ଣା ଲାଗୁ କରାଯାଇଛିା ସେଥି ସହିତ ଲକ୍ ଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଦିଆଯାଇଥିବା ପାସ୍ଗୁଡ଼ିକ ମଧ୍ୟ ବାତିଲ୍ କରାଯାଇଛିା ସାଧାରଣ ଜନତା ଲକ୍ ଡାଉନ୍ ସମୟରେ ଯେଭଳି ଭାବେ
ସରକାରଙ୍କୁ ସହଯୋଗ କରୁଥିଲେ ଏହି ବନ୍ଦ ସମୟରେ ଅନୁରୂପ ସହଯୋଗ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛିା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ମଧ୍ୟାହ୍ନରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍ ମହାନିର୍ଦ୍ଦେଶକ ଏହା ଜଣାଇଛନ୍ତିା
ଭୁବନେଶ୍ୱର ମହାନଗର ନିଗମ ସମେତ ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା, ସିଜୁଆ, ବାଳକାଟି(ପ୍ରତାପ ଶାସନ), ବାଲିଅନ୍ତା ଓ ଜଗନ୍ନାଥପୁର ଓ ଜଟଣୀ
ବ୍ଲକ୍ର ପ୍ରଧାନ ସାହି ଗ୍ରାମପଞ୍ଚାୟତ/ଗ୍ରାମାଞ୍ଚଳ ସହିତ କଟକ ମହାନଗର ନିଗମ ଅଞ୍ଚଳ ଓ ଭଦ୍ରକ ପୌରାଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିବା
ଏହି ସଂପୂର୍ଣ୍ଣ ବନ୍ଦ ସମୟରେ ସ୍ୱାସ୍ଥ୍ୟ ସେବା, ପୋଲିସ୍ ସେବା ଏବଂ କେତେଗୁଡ଼ିଏ ସୀମିତ କ୍ଷେତ୍ରର ଜରୁରୀ ସେବା ଯୋଗାଇ ଦିଆଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସମୟରେ ପନିପରିବା, କ୍ଷୀର, ଫଳ, ମାଛମାଂସ, ଅଣ୍ଡା ଓ ତେଜରାତି ଇତ୍ୟାଦି ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବା ପୌର କର୍ତ୍ତୃପକ୍ଷ/ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମିତ ସଂଖ୍ୟାରେ ଔଷଧ ଦୋକାନଗୁଡ଼ିକ
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ଏହି ସଟ୍ ଡାଉନ୍ ସମୟରେ ଖୋଲା ରହିବା ଯେଉଁମାନେ ଜରୁରୀକାଳୀନ ସେବା ପ୍ରଦାନ କରିବେ ସେମାନଙ୍କୁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବା ଏହି ସମୟରେ ଯେଉଁମାନେ ଆଇନ ଉଲ୍ଲଂଘନ କରି ବାହାରକୁ ଆସିବେ ସେମାନଙ୍କୁ ବଳପୂର୍ବକ ପୋଲିସ୍ ନେଇ ସରକାରୀ ଭାବେ କ୍ୱାରାଣ୍ଟାଇନ୍ରେ ରଖିବ ତଥା ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଏବଂ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତିା
କଟକ-ଭୁବନେଶ୍ୱର-ଭଦ୍ରକ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଖୋଲା ରହିବା ମାଲବାହୀ ଯାନବାହନ(ବୋଝେଇ ହୋଇଥିବା ଓ ଖଲାସ୍ ହୋଇଥିବା) ଚଳାଚଳ କଟକଣାମୁକ୍ତ ରହିବା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୭,୦୦୦ ଅତିଥି ଶ୍ରମିକଙ୍କୁ ୪୦୭ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୨୧୭ ଗ୍ରାମ ପଞ୍ଚାୟତରେ ୩,୦୨,୩୦୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ଏହି ରନ୍ଧାଖାଦ୍ୟ ପ୍ରସ୍ତୁତିରେ ୬୪୦୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତିା ସେହିପରି ୧୦୫ଟି ପୌରାଞ୍ଚଳରେ ୨୨,୨୯୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
୫୦୦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ କୋଭିଡ୍-୧୯ ସଂକ୍ରାନ୍ତ ଅନ୍ଲାଇନ୍ ତାଲିମ ପ୍ରଦାନ କରାଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨ରୁ ଅପ୍ରେଲ ୩ ତାର ଖି ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୬୩ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୫୪ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍
କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ଓ ୬ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୧୧୩ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ତୃତୀୟ ଓ ଚତୁର୍ଥ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୨୪ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛିା ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣଙ୍କୁ ଚିହ୍ନଟ କରାଯାଇଛିା
ଷଷ୍ଠ ପଜିଟିଭ୍ କଟକର ବାସିନ୍ଦା ବୋଲି ଜଣାଯାଇଛିା ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ଅନୁସନ୍ଧାନ ଜାରି ରହିଛିା
ଆଜି ୬୦ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତିା
ହଜରତ୍ ନିଜାମୁଦ୍ଦିନ୍ରୁ ଓଡ଼ିଶା ଫେରିଥିବା ୨୭ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ କୋଭିଡ୍-୧୯ ନମୁନା ପରୀକ୍ଷା ନେଗେଟିଭ୍ ଆସିଥିବାବେଳେ ଜଣଙ୍କର ପଜିଟିଭ୍ ଆସିଛିା ୫ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିନାହିାଁ ଉପରୋକ୍ତ ୨୭ ଜଣଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ
ଅଛନ୍ତିା