Odisha news

ଜେଏନୟୁ କ୍ୟାମ୍ପସରେ ତୀବ୍ର ଛାତ୍ର ଅଶାନ୍ତି, ଫାଟିଲା ଛାତ୍ର ସଂଘ ସଭାପତିଙ୍କ ମୁଣ୍ଡ

0

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ତୀବ୍ର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି | ଦୁଇ ପକ୍ଷଙ୍କ ମଧ୍ୟରେ ମାଡଗୋଳ ଯୋଗୁଁ ଛାତ୍ର ସଂଘ ଅଧ୍ୟକ୍ଷ ଆଇସ ଘୋଷଙ୍କ ମୁଣ୍ଡ ଫାଟିଥିବାବେଳେ ଅନେକ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି | ଛାତ୍ର ସଂଘ ପକ୍ଷରୁ କୁହାଯାଇଛି ଯେ ବାମପନ୍ଥୀ ଓ ଏବିଭିପି ଛାତ୍ରଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଛି |

ଏହି ମୁହାଁମୁହିଁ ସଂଘର୍ଷରେ ୨୫ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି | କୁହାଯାଉଛି ଶୀତକାଳୀନ ସେମିଷ୍ଟାର ପରୀକ୍ଷା ରେଜିଷ୍ଟ୍ରେସନ ପାଇଁ ଆଜି ଶେଷ ତାରିଖ ଥିଲା | ଏଥିପାଇଁ ଛାତ୍ରମାନେ ରେଜିଷ୍ଟ୍ରେସନ କରିବାକୁ ବ୍ୟସ୍ତ ଥିବାବେଳେ ଛାତ୍ର ସଂଘ ଏହାକୁ ରୋକିଥିଲା | ଏହା ପରେ ଛାତ୍ର-ଛାତ୍ରଙ୍କ ସଂଘର୍ଷ ଆରମ୍ଭ ହୋଇଯାଇଥିଲା |

ANI

@ANI

Jawaharlal Nehru University Student Union (JNUSU) President Aishe Ghosh at JNU: I have been brutally attacked by goons wearing masks. I have been bleeding. I was brutally beaten up.

View image on Twitter
2,037 people are talking about this
କିଛି ସମୟ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା | ଘଟଣାସ୍ଥଳରେ ପୁଲିସ ପହଂଚି କିଛି ଛାତ୍ରଙ୍କୁ ଅଟକ ରଖିଛି | ଛାତ୍ର ସଙ୍ଘ ଅଧ୍ୟକ୍ଷ ଆଇସ ଘୋଷ କହିଛନ୍ତି ଯେ, କିଛି ମୁଖା ଧରି ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି |
Nalco

Leave A Reply