Odisha news

ଭୋଗରାଇରେ ବିଜେଡ଼ିର ବିଶାଳ କର୍ମୀ ସମାବେଶ

0

ଭୋଗରାଇ- ଓଡ଼ିଶାରେ ଥିବା ୪.୫କୋଟି ଓଡ଼ିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ଓ ଭରଷା କରି ଦୀର୍ଘ ୨୩ ବର୍ଷ ଧରି ଶ୍ରୀ ପଟ୍ଟନାୟକଙ୍କୁ ଶାସନ କ୍ଷମତାରେ ରଖିବା ସହ ସୁଫଳ ପାଇଆସୁଛନ୍ତି । ଓଡ଼ିଶାର ସାମାଜିକ ଓ ଅର୍ଥନୀତି କ୍ଷେତ୍ରରେ ପ୍ରଗତି ଶୀର୍ଷ ସ୍ଥାନ ହାସଲ କରିଥିବାବେଳେ ବିରୋଧିମାନଙ୍କର କୌଣସି ମୂଳ ଇସୁ୍ୟ ନଥାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀକୁ ସମର୍ଥନ କରିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ କର୍ମୀସମାବେଶ ଓ ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ପ୍ରବାଦ ପୁରୁଷ ତଥା କଳିଙ୍ଗ ବୀର ବିଜୁପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ଜନତା ଦଳ ୧୯୯୭ ମସିହାରେ ଆରମ୍ଭ ହୋଇଥିବା ବେଳେ ସେହି ଦିନଠାରୁ ରାଜ୍ୟବାସୀଙ୍କ ଆର୍ଶିବାଦ ପାଇ ବିଜୁବାବୁଙ୍କ ସୁପୁତ୍ର ନବୀନ ବାବୁ କ୍ଷମତାରେ ରହିଛନ୍ତି । ମୁîଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ପାନୀୟ ଜଳ ଆଦି ବହୁବିଧ ସମସ୍ୟାର ସମାଧାନ ହୋଇପାରିଛି । ଯାହାଫଳରେ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଲୋକକଲ୍ୟାଣ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଇଛି । ଭୋଗରାଇ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅନନ୍ତ ଦାସଙ୍କ ନେତୃତ୍ୱରେ ଉନ୍ନୟନ କାର୍ଯ୍ୟର ବିକାଶ ଧାରା ଜାରି ରହିଛି । ଆଉ ଯେଉଁ ସବୁ ସମସ୍ୟା ରହିଛି ତାହା ଖୁବ୍‍ ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିବା ସହ ଭୋଗରାଇ ବ୍ଲକ ଅଞ୍ଚଳରେ ବିଜେଡ଼ି ସଂଗଠନକୁ ମଜଭୁତ୍‍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମାବେଶରେ ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ,ବ୍ଲକ ଚେୟାରମେନ୍‍ ମଞ୍ଜୁରାଣୀ ବେହେରା, ସମ୍ପାଦକ ସନ୍ତୋଷ କୁମାର ଦାସ, ସାଧାରଣ ସମ୍ପାଦକ ତପନ କୁମାର ପଣ୍ଡା, ସରପଞ୍ଚ ନଗେନ୍ଦ୍ର କୁମାର ପାତ୍ର, ପ୍ରବୀର କୁମାର ଗିରି, ପ୍ରଦୀପ କୁମାର ବେହେରା,ଯାଦବେଶ ମିଶ୍ର, ହରେନ୍ଦ୍ର କୁମାର ଦାସ, ଦେବାଶିଷ ଚନ୍ଦ, ଅଶୋକ କୁମାର ସାହୁ, ହେମନ୍ତ ବେହେରା ପ୍ରମୁଖ ବହୁ ବିଜେଡ଼ି ନେତାମାନେ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ ।

Leave A Reply