Odisha news

ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଦବ୍‌ଦବା: ଯେମିତି ଅପ୍ରତ୍ୟାଶିତ ଢ଼ଙ୍ଗରେ ଜେଡି(ୟୁ)ରୁ ବିଦା ହୋଇଥିଲେ ପ୍ରଶାନ୍ତ କିଶୋର ଠିକ୍‌ ସେମିତି ଫେରିଲେ ଦଳକୁ

0

ପାଟନା: ଭାରତୀୟ ରାଜନୀତିରେ ଚାଣକ୍ୟ ରୂପେ ପରିଚିତ ଅମିତ ଶାହାଙ୍କର ଦବ୍‌ଦବା ଓ ପ୍ରଭାବ ଯେ କେବଳ ମାତ୍ର ତାଙ୍କ ନିଜ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସୀମିତ ତା’ନୁହେଁ; ବରଂ ବିଜେପିକୁ ସମର୍ଥନ ଦେଉଥିବା ସବୁ ରାଜନୈତିକ ଦଳ ତାଙ୍କ ଅଧୀନରେ। ଆଜି ଏପରି ଏକ ଘଟଣାର ପ୍ରମାଣ ଦେଖିବା ପାଇଁ ମିଳିଛି। ଯେଉଁଥି ପାଇଁ, ନିର୍ବାଚନୀ ରାଜନୀତି ଓ ନିର୍ବାଚନୀ ରଣକୌଶଳରେ ଜଣେ ସଫଳ ନୀତି ନିର୍ଦ୍ଧାରକ ରୂପେ ବିବେଚିତ ପ୍ରଶାନ୍ତ କିଶୋରଙ୍କୁ କେନ୍ଦ୍ର କରି ଆଜି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଘଟଣା କ୍ରମଟି ଏହିପରି…

ଜେଡି(ୟୁ) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକଦା ଘନିଷ୍ଠ ସହଯୋଗୀ ରହିବା ସହ ଦଳ ମଧ୍ୟରେ ନମ୍ବର ଦୁଇ ଭାବରେ ପରିଗଣିତ ହେଉଥିଲେ ପ୍ରଶାନ୍ତ କିଶୋର। ଜେଡି(ୟୁ)ରେ ଯଥେଷ୍ଟ ଦବ୍‌ଦବା ଓ ପ୍ରଭାବ ରହିଥିଲା ପ୍ରଶାନ୍ତ କିଶୋରଙ୍କର।

News Nation

ତେବେ, ନୀତୀଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ନାଗରିକତା (ସଂଶୋଧନ) ଆଇନ (ସିଏଏ)କୁ କେନ୍ଦ୍ରକରି ବିବାଦ ଆରମ୍ଭ ହୋଇଥିଲା। ପ୍ରଶାନ୍ତ କିଶୋର ସିଏଏକୁ ବିରୋଧ କରୁଥିବା ବେଳେ ଜେଡି(ୟୁ) ମଧ୍ୟ ସଂସଦରେ ସିଏଏକୁ ବିରୋଧ କରୁ ବୋଲି ଚାହୁଁଥିଲେ। କିନ୍ତୁ, ଜେଡି(ୟୁ) ସମର୍ଥନରେ ସଂସଦର ଉଭୟ ଗୃହରେ ସିଏଏ ପାରିତ ହୋଇଯିବା ପରେ ଏହାକୁ ତୀବ୍ର ବିରୋଧ କରି ବିଜେପି ଓ ଜେଡି(ୟୁ) ବିରୋଧରେ ବୟାନବାଜି କରିବାରୁ ଜେଡି(ୟୁ)ରୁ ପ୍ରଶାନ୍ତ କିଶୋରଙ୍କୁ ବିନା ନୋଟିସରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଦଳରୁ ବହିଷ୍କୃତ କରିଥିଲେ ସୁପ୍ରିମୋ ନୀତୀଶ କୁମାର। ତେବେ, କାହା ଇଙ୍ଗିତ ଓ ନିର୍ଦ୍ଦେଶରେ ନୀତୀଶ କୁମାର ସେତେବେଳେ ଏପରି ନିଷ୍ପତ୍ତି ନେଇଥିଲେ ବା ନବାକୁ ବାଧ୍ୟ ହୋଇଥିଲେ ତାହା ସାଧାରଣରେ ପ୍ରକାଶ କରି ନଥିଲେ।

Mirror

କିନ୍ତୁ, ଆଜି ଆଉ ଏକ ଅପ୍ରତ୍ୟାଶିତ ଢ଼ଙ୍ଗରେ ଜେଡି(ୟୁ) ସୁପ୍ରିମୋ ନୀତୀଶ କୁମାର ପୁଣି ଥରେ ନିଜେ ବହିଷ୍କୃତ କରିଥିବା ପ୍ରଶାନ୍ତ କିଶୋରଙ୍କୁ ଆଉଥରେ ଦଳ ମଧ୍ୟକୁ ଫେରାଇ ଆଣିଛନ୍ତି। ପ୍ରଶାନ୍ତ କିଶୋରଙ୍କୁ ଦଳକୁ ଫେରାଇ ଆଣିବା ପରେ ନୀତୀଶ ଗଣମାଧ୍ୟମକୁ କହିଛନ୍ତି ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଆଉଥରେ ସାମିଲ କରିଛି। ଫଲରେ ଯାହାକୁ କେନ୍ଦ୍ରକରି ଆରମ୍ଭ କରି ଏହି ଚର୍ଚ୍ଚା ଓ ଆଲୋଚନା।

Govt
Leave A Reply