Odisha news

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରୀ ଝିଆରୀ ଦୀପା ମାଧବନ୍‌ ଓ ପୁତୁରା ଦୀପକ : ମାଡ୍ରାସ ହାଇକୋର୍ଟ ଘୋଷଣା

0

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଆରୀ ଦୀପା ମାଧବନ୍‌ ଓ ପୁତୁରା ଦୀପକଙ୍କୁ ମାଡ୍ରାସ ହାଇକୋର୍ଟ ଘୋଷଣା କରିଛନ୍ତି। ବୁଧବାର ମାଡ୍ରାସ ହାଇକୋର୍ଟ ଏଭଳି ଏକ ରାୟ ପ୍ରକାଶ କରି ଜୟଲଳିତାଙ୍କ ଝିଆରୀ ଦୀପା ମାଧବନ ଏବଂ ପୁତୁରା ଦୀପକଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି।

ତେବେ ଜୟଲଳିତାଙ୍କ ସମ୍ପତ୍ତିର ଦେଖାଶୁଣା କରିବାକୁ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଏଆଇଏଡିଏମ୍‌କେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ) ପକ୍ଷରୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା।

ମାତ୍ର, କୋର୍ଟ ଏଆଇଏଡିଏମ୍‌କେର ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲେ। ମାଡ୍ରାସ ହାଇକୋର୍ଟର ଏହି ରାୟକୁ ଜୟଲଳିତାଙ୍କ ଝିଆରୀ ଦୀପା ମାଧବନ୍‌ ସ୍ବାଗତ ଜଣାଇଛନ୍ତି। ଅପରପକ୍ଷେ, ଜୟଲଳିତାଙ୍କ ବାସଭବନକୁ ଏକ ସ୍ମୃତିଭବନରେ ପରିଣତ କରିବାକୁ ତାମିଲନାଡୁ ସରକାର ଯୋଜନା କରୁଥିବାରୁ କୋର୍ଟ ଏହା ଉପରେ ପୁନର୍ବିଚାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply